Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭିଜିଲାନ୍ସ ଜାଲରେ ଆରଆଇ, ଲାଞ୍ଚ ନେଉଥିଲେ ୨୦ ହଜାର

by ସଞ୍ଜୟ ସ୍ୱାଇଁ
January 6, 2024
in Crime, State
ଭିଜିଲାନ୍ସ ଜାଲରେ ଆରଆଇ, ଲାଞ୍ଚ ନେଉଥିଲେ ୨୦ ହଜାର
71
VIEWS
Share on FacebookShare on Twitter

ବଡବିଲ୍, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ ବଡ଼ବିଲ ତହସିଲ, ବିଲେଇପଦା ଆରଆଇ । ବିଲେଇପଦା ଆରଆଇ ପିର୍ ଖାନ ଜମିପଟ୍ଟା କରାଇଦେବା ବାବଦକୁ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ । ଯୋଡ଼ା ବ୍ଳକ, ମୁର୍ଗାବେଡା ଅଞ୍ଚଳର ଦୁବୁରାଜ ହେମ୍ରମ ଅନଲାଇନରେ ଜମିପଟ୍ଟା ଆବେଦନ କରିବାପରେ ବି ଜମିପଟ୍ଟା ପାଇପାରୁନଥିଲେ । ଏନେଇ ବିଲେଇପଦା ଆର ଆଇଙ୍କ ନିକଟରେ ବହୁବାର ନେହୁରା ହୋଇଥିଲେ । ତେବେ ଜମି ପଟ୍ଟା କରାଇଦେବା ପାଇଁ ସେ ଦୁବୁରାଜ ହେମ୍ରମଙ୍କ ଠାରୁ ୫୦ହାଜର ଟଙ୍କା ଦାବି କରିଥିଲେ । ଏନେଇ ଦୁବୁରାଜ, କେନ୍ଦୁଝର ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଯୋଜନା ମୁତାବକ ଆଜି ଆରଆଇ ପିର୍ ଖାନ ନିଜ କାର‌୍ୟ୍ୟାଳୟରେ ଦୁବୁରାଜଙ୍କ ଠାରୁ ୨୦ ହଜାର ଟଙ୍କା ଅଗ୍ରୀମ ଲାଞ୍ଚ ନେଉଥିଲାବେଳେ ଭିଜିଲାନ୍ସ ଟିମ୍ ମାଡ଼ିବସିଥିଲା । ରଙ୍ଗେ ହାତ୍ ଧରିବାପରେ ଭିଜିଲାନ୍ସ ଟିମ୍ ଆର ଆଇଙ୍କୁ ନିଜ ହେପାଜତରେ ନେଇ ତଦନ୍ତ ଜାରୀ ରଖିଛନ୍ତି । ବଡ଼ବିଲ ତହସିଲ କଲୋନୀ ସ୍ଥିତ ତାଙ୍କ ସରକାରୀ ବାସଭବନ ଏବଂ ତେଲକୋଇ ସ୍ଥିତ ପୈତୃକ ଘରେ ମଧ୍ୟ ଚଢ଼ାଉ କରାଯାଉଛି ବୋଲି ସୂଚନା ରହିଛି । ଯାଞ୍ଚ ପରେ ଆର ଆଇଙ୍କ ଠାରୁ କେତେ କଣ ମିଳିଲା ସେନେଇ ସୂଚନା ମିଳିପାରିବ । ବାଲେଶ୍ଵର ଡିଏସ ପି ଏସ ଏସ ପୂଜାରୀ, କେନ୍ଦୁଝର ଡିଏସ ପି , ଡି. କେ. ନାଏକଙ୍କ ସମେତ ୬ ଜଣିଆ ଭିଜିଲାନ୍ସ ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଥିଲେ । ତେବେ ଘଟଣା ସମ୍ପର୍କରେ ଭିଲିଲାନ୍ସ ଡିଏସ ପି କୌଣସି ପ୍ରତିକ୍ରିୟା ଦେବାକୁ ମନାକରିଦେଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!