ନୟାଗଡ଼, (ବାଘୁଆବାର୍ତ୍ତା): ଗିରଫ ହେଲେ ନୟାଗଡ଼ ସବ୍ରେଜିଷ୍ଟାର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ କାଲି ଭିଜିଲାନ୍ସ ପକ୍ଷରୁ ୬ଟି ସ୍ଥାନରେ ଚଢ଼ଉ କରାଯାଇଥିଲା । ସବ୍ ରେଜିଷ୍ଟାର ଶାଶ୍ୱତ କୁମାର ପଟ୍ଟନାୟକଙ୍କ ନୟାଗଡ଼ ଦେବୋତର କଲୋନୀ ନୟାଗଡ଼ ଲେନ ୪ ସ୍ଥିତ ଭଡା ଘର, କେନ୍ଦ୍ରାପଡା ତଲବାରଙ୍ଗ ସ୍ଥିତ ଘର, ନୟାଗଡ଼ ସରକାରୀ କାର୍ୟ୍ୟାଳୟ, କେନ୍ଦ୍ରାପଡା କୁଦନଗରୀ ଅନ୍ତର୍ଗତ ତାଳ ଗାଁ ପୈତୃକ ଘର, ପେଣ୍ଠ ସ୍ଥିତ ସମ୍ପର୍କୀୟ ଘର ଓ ଅନ୍ୟ ଏକ ସ୍ଥାନରେ ଚଢ଼ାଉ ଚାଲିଛି । ଭୁବନେଶ୍ୱର ଭିଜିଲାନ୍ସ ସ୍ପେଶାଲ ଜଜ୍ଙ୍କ ନିର୍ଦ୍ଦେଶକ୍ରମେ ଚଢ଼ଉ ହୋଇଥିଲା । ଆଉ ଏହି ଚଢାଉରେ ୮ଜଣ ଡିଏସ୍ପି, ୬ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ। ଆଜି ସେ ତାଙ୍କ ସମ୍ପତ୍ତିର ସଠିକ୍ ହିସାବ ଦେଇ ପାରିନଥିଲେ । କେନ୍ଦ୍ରାପଡା ତାଳବଣ ଠାରେ ୨୩୫୦ ସ୍କୋୟାରଫୁଟର ଦୁଇ ମହଲା କୋଠା, କେନ୍ଦ୍ରାପଡାର ତାଲଗାଁର ୨୧୦୦ ସ୍କୋୟାର ଫୁଟର ୨ ମହଲା କୋଠା ଘରକୁ ଚିହ୍ନଟ କରାଯାଇଛି । କଟକ, ଜଟଣୀ, ଖୋର୍ଦ୍ଧା ଏବଂ କେନ୍ଦ୍ରାପଡା ସହରରେ ୬ ଗୋଟି ପ୍ଲଟ ଚିହ୍ନଟ କରାଯାଇଛି । ଏଥି ସହିତ ଯାଗା କିଣିବା ପାଇଁ ୬ ଲକ୍ଷ ୫୪ ହଜାର ୫୦୦ ଟଙ୍କା ଆଗୁଆ ଦେଇଥିବା ସୁଚନା ମିଳିଛି । ଗୋଟିଏ ୪ ଚକିଆ ଗାଡି ସହ ୩ ଗୋଟି ଦୁଇ ଚକିଆ ଯାନ ଥିବା ଜଣା ପଡିଛି । ଯାହାକି ତାଙ୍କ ରୋଜଗାରର ୭୯ ଭାଗ ଆୟ ବର୍ହିଭୁତ ସମ୍ପତି ଥିବା ସୁଚନା ମିଳିଛି । ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ କେସ୍ ନଂ-୩୬/୨୦୨୩ ରେ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି ।





