କେନ୍ଦୁଝର, (ବାଘୁଆବାର୍ତ୍ତା): ଲାଞ୍ଚୁଆ ଥାନା ବାବୁଙ୍କୁ ଜେଲ୍ ଦଣ୍ଡ । କେନ୍ଦୁଝର ବାରିଆ ଥାନା ତତ୍କାଳୀନ ଓଆଇସି କାଳୁ ଚରଣ ସ୍ୱାଇଁଙ୍କୁ ୪ବର୍ଷ ଜେଲ୍ । ଜେଲ୍ ଦଣ୍ଡ ସହ ୩ ହଜାର ଟଙ୍କା ଜରିମାନା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦଣ୍ଡାଦେଶ ଶୁଣାଇଛନ୍ତି ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ । ୨୦୧୪ ମସିହାରେ ଏକ ମାମଲାର ରଫାଦଫା କରିବାକୁ ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିଲେ ।





