ପୁରୀ, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ ପଡିଛନ୍ତି ଫରେଷ୍ଟର । ପୁରୀ ଜିଲ୍ଲା ପାରିକୁଦ ସେକ୍ସନର ଫରେଷ୍ଟର ଅଜୟ କୁମାର ମହାରଣା ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରା ପଡିଛନ୍ତି । ଉକ୍ତ ଅଞ୍ଚଳର ୧୦ ଗୋଟି ମାଛ ଜାଲକୁ ଛାଡିବା ପାଇଁ ସେ ଅଭିଯୋଗ କାରିଙ୍କ ଠାରୁ ଲାଞ୍ଚ ମାଗିଥିଲେ । ଅଭିଯୋଗ କାରି ଓଡିଶା ଭିଜିଲାନ୍ସ ଟୋଲ ଫ୍ରି ନମ୍ବରକୁ ଫୋନ କରିଥିଲେ । ଏହି ଟୋଲ ଫ୍ରି ନମ୍ବରକୁ ଆଧାର କରି ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା । ଏହି ଅବସରରେ ରାଜ୍ୟ ସରକାର ପିଏସୟୁ କର୍ମଚାରୀ କିମ୍ବା ତାଙ୍କ ପକ୍ଷରୁ କେହି ତାଙ୍କ ପକ୍ଷରୁ ଲାଞ୍ଚ ଦାବି କଲେ ଓଡିଶା ଭିଜିଲାନ୍ସ ଟୋଲ ଫ୍ରି ନମ୍ବର ୧୦୬୪/୦୬୭୧୨୩୦୫୯୮୮ ରେ ଅଭିଯୋଗ କରିବା ପାଇଁ ଭିଜିଲାନ୍ସ ପକ୍ଷରୁ ସୁଚନା ଦିଆଯାଇଛି । ଫରେଷ୍ଟରଙ୍କର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି । ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ ୨୫/୨୦୨୩ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।





