ବଲାଙ୍ଗୀର, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ ଠିକା ନିଯୁକ୍ତି ପାଇଥିବା ଆକାଉଣ୍ଟାଣ୍ଟ ୧୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ । ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ଜଣେ ସହକାରୀ ଶିକ୍ଷକଙ୍କ ଠାରୁ ୧୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଜାତୀୟ ପେନ୍ସନ୍ ଯୋଜନାରେ ପଡି ରହିଥିବା ଡିଏ ଟଙ୍କାକୁ ରିଲିଜ କରିବା ପାଇଁ ଲାଞ୍ଚ ମାଗୁଥିଲେ ଆକାଉଣ୍ଟାଣ୍ଟ ଅଜୟ ଖୁଣ୍ଟିଆ । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇ ସମସ୍ତ ଟଙ୍କାକୁ ଜବତ କରାଯାଇଛି । ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ୨୨/୨୦୨୩ ରେ ମାମଲା ରୁଜୁ କରାଯାଇ ଅଜୟ ଖୁଣ୍ଟିଆଙ୍କ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି ।





