Thursday, November 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜେଲ ଗଲେ କୋଟପତି ଡିଏଫ୍‌ଓ

by ସଞ୍ଜୟ ସ୍ୱାଇଁ
August 25, 2023
in Crime, State
ଭିଜିଲାନ୍ସ ଜାଲରେ ରାୟଗଡ଼ା ଡିଏଫଓ
80
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ କୁବେର ଡିଏଫ୍ଓ ବିଜୟ କୁମାର ପରିଡ଼ା। ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ ଚାଲାଣ କରାଯିବ। ଗୁରୁବାର ରାୟଗଡ଼ା ଗ୍ରାମାଞ୍ଚଳ ଡିଏଫ୍‌ଓ ବିଜୟ କୁମାର ପରିଡ଼ା ଘରେ ଭିଜିଲାନ୍ସ ଟିମ୍ ରେଡ୍ କରିଥିଲା। ରାଜ୍ୟର ୭ଟି ସ୍ଥାନରେ ଥିବା ତାଙ୍କ ଘର ଉପରେ ଏକକାଳୀନ ଚଢ଼ଉ କରାଯାଇଥିଲା । ୮ଟି ଟିମ୍ ରାୟଗଡ଼ା ସମେତ ଯାଜପୁର, କଟକ, ଭୁବନେଶ୍ୱରରେ ଚଢ଼ଉ କରିଥିଲା। ଭିଜିଲାନ୍ସ ଟିମ୍ ତାଙ୍କର ରାୟଗଡ଼ାସ୍ଥିତ ଅଫିସ୍‌, ଗାନ୍ଧୀନଗରରେ ଥିବା କ୍ୱାର୍ଟର୍ସ, କଟକ ସଦର ଉଳାଳି ଶ୍ରୀକରୁଆଁରେ ରହୁଥିବା ସମ୍ପର୍କୀୟ ଘର, ଯାଜପୁର କଳିଙ୍ଗନଗରସ୍ଥିତ ଦାମୋଦରପୁରରେ ଥିବା ପୈତୃକ ଘର ସମେତ ମୋଟ ୭ଟି ସ୍ଥାନରେ ଚଢ଼ଉ କରିଥିଲା । ଯାଞ୍ଚ୍‌ବେଳେ ତାଙ୍କ ସରକାରୀ କ୍ୱାର୍ଟର୍ସରୁ ନଗଦ ୧.୨୪ ଲକ୍ଷ ଟଙ୍କା ଓ ୬୫୦ ଗ୍ରାମ୍‌ର ସୁନା ଅଳଙ୍କାର ମିଳିଛି । ରାୟଗଡ଼ାର ୪ଟି ବ୍ୟାଙ୍କରେ ୬ ଲକ୍ଷ ଟଙ୍କା ଜମା ଥିବା ଠାବ କରାଯାଇଛି । ଚଢ଼ଉ ସମୟରେ ଭିଜିଲାନ୍ସ ଟିମ୍ ତାଙ୍କର ମୋଟ ସାଢ଼େ ୭ କୋଟି ଟଙ୍କା ମୂଲ୍ୟର ସ୍ଥାବର ଅସ୍ଥାବର ସମ୍ପତ୍ତି ଜବତ କରିଛି । ଅନ୍ୟ ସ୍ଥାନରେ ଚଢ଼ଉ ଜାରି ରହିଥିବାରୁ ସବିଶେଷ ତଥ୍ୟ ହସ୍ତଗତ ହୋଇପାରି ନାହିଁ । ସ୍ଥାବର-ଅସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି, କଟକ ସଦର ଥାନା ଶ୍ରୀକରୁଣ ଅଞ୍ଚଳରେ ଏକ ୪ ମହଲା ବିଶିଷ୍ଟ ନିର୍ମାଣାଧୀନ କୋଠା । ଯାହାର ସରକାରୀ ମୂଲ୍ୟ ୧.୮ କୋଟି ଟଙ୍କା । ଭୁବନେଶ୍ୱରର ପଳାଶୁଣିରେ ୫୧୦୦ ବର୍ଗଫୁଟ୍‌ରେ ୩ ମହଲା ଘର । ପଟିଆ କଳାରାହାଙ୍ଗସ୍ଥିତ ଆଶୀର୍ବାଦ ପ୍ଲାଜାରେ ତାଙ୍କର ଏକ ଫ୍ଲାଟ୍ (ଏ ବ୍ଲକ୍ ନଂ-୩୦୪) ଅଛି । ଏଥିସହ ଭୁବନେଶ୍ୱର, ପୁରୀ, କଟକ ଓ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରହିଛି ୧୬ଟି ପ୍ଲଟ୍ । ଏହି ପ୍ଲାଟ୍ ସବୁ ପ୍ରମୁଖ ଅଞ୍ଚଳରେ ରହିଛି । ଏହି ସବୁ ଘର ଓ ପ୍ଲଟ୍‌ଗୁଡ଼ିକର ସରକାରୀ ମୂଲ୍ୟ କେତେ ହେବ, ତାହା ଜାଣିବା ପାଇଁ ଭିଜିଲାନ୍ସର ବୈଷୟିକ ଟିମ୍ ମାପଚୁପ ଓ ହିସାବ ଜାରି ରଖିଛି । ଡିଏଫ୍‌ଓ ବିଜୟଙ୍କ ଘରୁ ନଗଦ ୧ ଲକ୍ଷ ୨୪ ହଜାର ୬୦୦ ଟଙ୍କା ସମେତ ଆଲମାରୀରୁ ୬୫୦ ଗ୍ରାମ୍ ସୁନା ଅଳଙ୍କାର, ଗୋଟିଏ ୪ ଚକିଆ ଗାଡ଼ି ଓ ୨ଟି ଦୁଇ ଚକିଆ ଗାଡ଼ି ଠାବ ହୋଇଛି । ଯାହାର ମୂଲ୍ୟ ୧୭ ଲକ୍ଷ ୮୭ ଟଙ୍କା ହେବ ବୋଲି ଭିଜିଲାନ୍ସ କହିଛି । କେତେକ ବ୍ୟାଙ୍କ୍ ଲକର୍‌, ବୀମା ଓ ପୋଷ୍ଟାଲ୍ ଜମା ସମ୍ପର୍କରେ ଯାଞ୍ଚ୍ ହେବ । ସୂଚନା ମୁତାବକ, ଗୁରୁବାର ସକାଳ ସାଢ଼େ ୫ଟାରେ ଡିଏଫ୍‌ଓ ବିଜୟଙ୍କ ଦାନଗଦୀ ବ୍ଲକ କିମ୍ଭିରଗାଡ଼ିଆ ପଞ୍ଚାୟତ ଦାମୋଦରପୁରସ୍ଥିତ ପୈତୃକ ବାସ ଭବନରେଚଢ଼ଉ ହୋଇଥିଲା । ଭିଜିଲାନ୍ସ ଇନ୍ସପେକ୍ଟର ଚନ୍ଦ୍ରକଳା ଜେନା ଓ ପ୍ରକାଶ ଚନ୍ଦ୍ର ପୃଷ୍ଟିଙ୍କ ନେତୃତ୍ୱରେ ଏକ ୬ ଜଣିଆ ଟିମ୍ ଏହି ଚଢ଼ଉ କରିଥିଲେ । ସକାଳ ପ୍ରାୟ ୧୦ଟା ୪୦ ପର‌୍ୟ୍ୟନ୍ତ ଚଢ଼ଉ ଜାରି ରହିଥିଲା । ଚଢ଼ଉବେଳେ ଡିଏଫ୍‌ଓଙ୍କ ସମ୍ପର୍କୀୟ ଭାଇ ଆଲୋକ ପରିଡ଼ା ଭିଜିଲାନ୍ସ ଟିମ୍‌କୁ ସହଯୋଗ କରିଥିଲେ । ଭିଜିଲାନ୍ସ ଟିମ୍ ଚଢ଼ଉ ବେଳେ ଘରେ ଥିବା ସମସ୍ତ ଜିନିଷପତ୍ରର ମୂଲ୍ୟ ଆକଳନ କରିଥିଲା । ପୈତୃକ ବାସଭବନରୁ ସେପରି କିଛି ମିଳିପାରି ନ ଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ସେହିପରି ଏକ ୫ ଜଣିଆ ସ୍ୱତନ୍ତ୍ର ଭିଜିଲାନ୍ସ ଟିମ୍ ଡିଏସ୍‌ପି ସନ୍ଧ୍ୟାରାଣୀ ସାହୁଙ୍କ ନେତୃତ୍ୱରେ ସକାଳୁ ଡିଏଫ୍‌ଓଙ୍କ ରାୟଗଡ଼ାସ୍ଥିତ ଅଫିସ୍‌ରେ ଚଢ଼ଉ କରିଥିଲେ। ଏଥିରେ ସହାୟତା କରିଥିଲା ରାୟଗଡ଼ା ଭିଜିଲାନ୍ସ ଟିମ୍ । ଚଢ଼ଉବେଳେ ଶ୍ରୀ ପରିଡ଼ାଙ୍କ ସରକାରୀ ବାସଭବନ ଏବଂ ବ୍ୟାଙ୍କରୁ ଉକ୍ତ ଟଙ୍କା, ଅଳଙ୍କାର ଓ ଅନ୍ୟ ସାମଗ୍ରୀ ଠାବ ହୋଇଥିଲା । ଏଥିସହ ବିଭିନ୍ନ ସ୍ଥାନରେ ସେ ବିନିଯୋଗ କରିଥିବା ମ୍ୟୁଚୁଆଲ୍ ଫଣ୍ଡ୍‌ର ନଥିପତ୍ର ଏବଂ ବୀମା ବଣ୍ଡ୍ ଟିମ୍ ହାତରେ ଲାଗିଛି । ସରକାରୀ ବାସଭବନରେ ସମସ୍ତ ଅତ୍ୟାଧୁନିକ ଯନ୍ତ୍ରପାତି ଦେଖି ତାଜୁବ୍ ହୋଇଯାଇଥିଲେ ଭିଜିଲାନ୍ସ କର୍ତ୍ତୃପକ୍ଷ । ସେ ସବୁର ମୂଲ୍ୟାଙ୍କନ କରୁଛି ଭିଜିଲାନ୍ସର ବୈଷୟିକ ଟିମ୍ । ଦୀର୍ଘ ସମୟ ଧରି ବାସଭବନରେ ଅନୁସନ୍ଧାନ ପରେ ତାଙ୍କୁ ସାଙ୍ଗରେ ଧରି କାର‌୍ୟ୍ୟାଳୟକୁ ଯାଇଥିଲେ । ସେଠାରେ ଶ୍ରୀ ପରିଡ଼ାଙ୍କ ଉପସ୍ଥିତିରେ ତାଙ୍କ ଚାମ୍ବର ଯାଞ୍ଚ୍ ହୋଇଥିଲା । ଯାଞ୍ଚ୍ ପରେ କିଛି କାଗଜପତ୍ର ଧରି ତଦନ୍ତକାରୀ ଅଫିସର ଭୃଙ୍ଗରାଜ ବିଶ୍ୱାଳ ଫେରିଥିଲେ । ଏହି ଚଢ଼ଉରେ ଭିଜିଲାନ୍ସର ୮ ଜଣ ଡିଏସ୍‌ପି, ୬ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!