ଜଗତସିଂହପୁର, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ ଗୋଡ଼ା ସର୍କଲ ଆରଆଇ। ଏରସମା ତହସିଲ ଅଧୀନ ଗୋଡ଼ା ସର୍କଲର ରାଜସ୍ବ ନିରୀକ୍ଷକ ନୃସିଂହ ଚରଣ ରାଉତଙ୍କୁ ବାନ୍ଧିଲା ଭିଜିଲାନ୍ସ। ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଛନ୍ତି। ଏକ ମ୍ୟୁଟେସନ କେସ୍ ସପକ୍ଷରେ ରିପୋର୍ଟ ଦେବା ପାଇଁ ସେ ଜଣେ ଲୋକଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଧରାପଡିଛନ୍ତି। ପୂର୍ବ ପ୍ରସ୍ତୁତି ମୁତାଉବକ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି। ଶ୍ରୀ ରାଉତ ପଦ୍ମପୁର ସର୍କଲର ଭାରପ୍ରାପ୍ତ ଆରଆଇ ଦାଇତ୍ୱରେ ରହିଛନ୍ତି। ଭିଜିଲାନ୍ସ ପକ୍ଷରୁ ଏବାବଦରେ ଏକ ମାମଲା ରୁଜୁ କରାଯାଇଛି। ନୃସିଂହ ଚରଣ ରାଉତଙ୍କ ଦୁଇଟି ସ୍ଥାନରେ ରେଡ୍ ଚାଲିଛି।





