ପୁରୀ, (ବାଘୁଆବାର୍ତ୍ତା): ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ କନିଷ୍ଠ ଯନ୍ତ୍ରୀ ରଜନୀକାନ୍ତ ମାଝି ଭିଜିଲାନ୍ସ ଜାଲରେ । ଅଙ୍ଗନୱାଡି ଘରର କାମ ପାଇଁ ଠିକାଦାରଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଠିକାଦାର ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । କନିଷ୍ଠ ଯନ୍ତ୍ରୀଙ୍କ ଠାରୁ ସମସ୍ତ ୩୦ ହଜାର ଟଙ୍କାକୁ ଭିଜିଲାନ୍ସ ଉଦ୍ଧାର କରିଛି । କନିଷ୍ଠ ଯନ୍ତ୍ରୀଙ୍କ ଦୁଇଟି ସ୍ଥାନରେ ଚଢ଼ଉ ଜାରି ରହିଛି । ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ ୧୮/୨୦୨୩ ରେ ଏକ ମାମଲା ଦାୟର କରାଯାଇ ତଦନ୍ତ ଜାରି ରହିଛି ।





