ବଲାଙ୍ଗିର, (ବାଘୁଆବାର୍ତ୍ତା): ଲାଞ୍ଚ ନେଉଥିବାବେଳେ ଧରାପଡ଼ିଲେ ବଲାଙ୍ଗିର ଡିପିସି ଜେଣ୍ଡର କୋର୍ଡିନେଟର । ୩୧ ହଜାର ଲାଞ୍ଚ ନେଉଥିଲାବେଳେ କାବୁ କଲା ଭିଜିଲାନ୍ସ । ଜଣେ ବ୍ୟକ୍ତିଙ୍କ ନିକଟରୁ ଜେଣ୍ଡର କୋର୍ଡିନେଟର ସ୍ନେହାଙ୍ଗିନୀ ଯୋଶୀ ଲାଞ୍ଚ ନେଉଥିଲେ । ସେ କଣ୍ଟ୍ରାକ୍ଟଚୁଆଲ ପୋଷ୍ଟରେ ଦୀର୍ଘ ବର୍ଷ ହେବ କାମ କରୁଥିଲେ । ଆଜି ସେ ପାଟଣାଗଡ଼ ସୋଲବନ୍ଧ କସ୍ତୁରବା ବାଳିକା ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ମିତ୍ରଭାନୁ ମାଝୀଙ୍କଠାରୁ ଲାଞ୍ଚ ନେଉଥିଲେ । ଏହା ସେ ଏନଓସି ସାର୍ଟିଫିକେଟ ଦେବା ପାଇଁ ନେଉଥିଲେ । ଏହି ସମୟରେ ପୂର୍ବ ଯୋଜନା ଅନୁଯାୟୀ ଭିଜିଲାନ୍ସ ତାଙ୍କୁ କାବୁ କରିଛି ।





