ବାଲେଶ୍ବର, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ ଚାନ୍ଦିପୁର ଥାନା ଏଏସଆଇ । ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଚାନ୍ଦିପୁର ଏଏସଆଇ ବଳି ମହାନ୍ତି ଧରାପଡିଛନ୍ତି ।
ଜଣେ ମଦଭାଟି ମାଲିକଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି । ଏ ନେଇ ବାଲେଶ୍ବର ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି । ଏହି ଘଟଣାରେ ଚାନ୍ଦିପୁର ଆଇଆଇସି ଗଣେଶ୍ୱର ପ୍ରଧାନ ସଂଶ୍ଳିଷ୍ଟ ଥିବାର ଜଣା ପଡିଥିବାରୁ ଉଭୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ କରାଯାଇଛି ।





