ନବରଙ୍ଗପୁର, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଅତିରିକ୍ତ ଉପ-ଜିଲ୍ଲାପାଳ । ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ସରକାରୀ ବାସଭବନ ଉପରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରିଛି ଭିଜିଲାନ୍ସ । ନବରଙ୍ଗପୁର, ଭୁବନେଶ୍ୱର, ଭଦ୍ରକ ସମେତ ୯ ଟି ସ୍ଥାନରେ ଚଢ଼ାଉ ହୋଇଥିବା ନେଇ ଜୟପୁର ଏଡିସନାଲ ଏସପି ସୂଚନା ଦେଇଛନ୍ତି । ସୂଚନା ଥାଉକି ଆୟ ବହିର୍ଭୁତ ସମ୍ପତ୍ତି ଥିବା ଭିଜିଲାନ୍ସକୁ ମିଳିଥିଲା ସୂଚନା । ଅଭିଯୋଗ ପାଇବା ପରେ ଟିମ୍ ପକ୍ଷରୁ ତାଙ୍କ ବାସଭବନରେ ରେଡ୍ କରାଯାଇଥିଲା । ଏବେ ବି ଜାରି ରହିଛି ରେଡ୍ । ରେଡ୍ ପରେ ଜଣାପଡିବ ଅତିରିକ୍ତ ଉପ-ଜିଲ୍ଲାପାଳଙ୍କ ସମ୍ପତ୍ତି କେତେ ।





