ଆସ୍କା, (ବାଘୁଆବାର୍ତ୍ତା): ଆସ୍କା ବ୍ଲକର ଭେଟେନାରୀ ଡାକ୍ତର ରବିନାରାୟଣ ସାହୁ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ । ଗୋଟିଏ ଗାଡିର ବକେୟା ଟଙ୍କା ପ୍ରଦାନ ପାଇଁ ଲାଞ୍ଚ ନେଉଥିଲେ ପଶୁ ଡାକ୍ତର । ଉକ୍ତ ଡାକ୍ତରଖାନାରେ ବେସରକାରୀ ଲାଗିଥିଲା । ଜଣେ ବେଏଲର ଗାଡିର ମାଲିକ ୯ ହଜାର ଟଙ୍କା ପଶୁ ଡାକ୍ତରଙ୍କୁ ଦେଉଥିବା ବେଳେ ଭିଜିଲାନ୍ସ ମାଡି ବସିଥିଲା । ଡାକ୍ତରଙ୍କ ଠାରୁ ଭିଜିଲାନ୍ସ ସମସ୍ତ ୯ ହଜାର ଟଙ୍କାକୁ ଜବତ କରିଛି । ଏଥି ସହିତ ତାଙ୍କର ୩ ଗୋଟି ଘରେ ରେଡ ଚାଲିଛି । ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ୭/୨୩ ରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ।





