Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୋଟିପତି ଯନ୍ତ୍ରୀ ଗିରଫ, ୩୮ ଲକ୍ଷର ଅଳଙ୍କାର ଜବତ

by ସଞ୍ଜୟ ସ୍ୱାଇଁ
June 13, 2023
in Crime, State
କୋଟିପତି ଯନ୍ତ୍ରୀ ଗିରଫ, ୩୮ ଲକ୍ଷର ଅଳଙ୍କାର ଜବତ
123
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କଟକ ସଦର ବ୍ଳକ ସହକାରୀ ଯନ୍ତ୍ରୀ ବିକାଶଚନ୍ଦ୍ର ଭୂୟାଁଙ୍କୁ ଗିରଫ କରିଛି ଭିଜିଲାନ୍ସ। ସେ ତାଙ୍କ ଆୟ ଠାରୁ ୧୮୩% ଅଧିକ ସଂପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଭିଜିଲାନ୍ସ ପକ୍ଷରୁ ସୋମବାର ବିକାଶଚନ୍ଦ୍ର ଭୂୟାଁଙ୍କ ଭୁବନେଶ୍ୱରର ସୌଭାଗ୍ୟ ନଗର ସ୍ଥିତ ବାସଭବନ ସମେତ ମୋଟ ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ବିକାଶଙ୍କର ଭୁବନେଶ୍ୱରର ସୌଭାଗ୍ୟ ନଗର ସ୍ଥିତ ଘରଟି ଦୁଇ ମହଲା ବିଶିଷ୍ଟ। ୩୫୭୨ ବର୍ଗଫୁଟରେ ଥିବା ଏହି କୋଠାଟି ବେଶ୍ ସୁସଜ୍ଜିତ। ଭୁବନେଶ୍ୱର ଓ କଟକରୁ ପ୍ରମୁଖ ସ୍ଥାନରେ ତାଙ୍କର ୭ଟି ପ୍ଳଟ ଅଛି। ବ୍ୟାଙ୍କରେ ବିକାଶଙ୍କର ୧୨ ଲକ୍ଷରୁ ଅଧିକ ଟଙ୍କା ଜମା ଥିବା ବେଳେ ତାଙ୍କ ଘରୁ ୩୮ ଲକ୍ଷ ଟଙ୍କାର ଅଳଙ୍କାର ଜବତ କରାଯାଇଛି। ଏହି ଅଳଙ୍କାର ମଧ୍ୟରେ ହୀରାର ଏକ ହାର ଥିବା ଜଣାପଡ଼ିଛି। କ୍ରିପ୍ଟୋ କରେନ୍ସିରେ ମଧ୍ୟ ସେ ନିବେଶ କରିଛନ୍ତି। ତାଙ୍କର ଗୋଟିଏ ଚାରି ଚକିଆ ଗାଡ଼ି (ଡଷ୍ଟର) ଓ ୩ଟି ଦୁଇ ଚକିଆ ଗାଡ଼ି ରହିଛି। ଏସବୁର ମୂଲ୍ୟ ୧୩ ଲକ୍ଷ ୪୦ ହଜାର ଟଙ୍କା। ତାଙ୍କ ପାଖରୁ ମିଳିଥିବା ନଗଦ ଅର୍ଥ ଓ ଘରର ବିଭିନ୍ନ ଉପକରଣର ଦାମ ମିଶି ୧୧ ଲକ୍ଷ ୭୩ ହଜାର ଟଙ୍କା ହୋଇଛି। ସେହିପରି ସହକାରୀ ଯନ୍ତ୍ରୀ ବିକାଶଚନ୍ଦ୍ର ଭୂୟାଁ ତାଙ୍କ ପୁଅ ଓ ଝିଅଙ୍କୁ ଯଥାକ୍ରମେ ଇଞ୍ଜିନିୟରିଂ ଓ ଡାକ୍ତରୀ ପଢ଼ାଇବା ପାଇଁ ପାଖାପାଖି ୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!