Friday, September 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମିକ ପ୍ରେମୀକାଙ୍କ ନଗ୍ନ ଭିଡିଓ ଭାଇରାଲ୍‌, ପ୍ରେମିକ ସହିତ ୩ ଯୁବକ ଗିରଫ,

by ସଞ୍ଜୟ ସ୍ୱାଇଁ
July 8, 2021
in Crime, State
ପ୍ରେମିକ ପ୍ରେମୀକାଙ୍କ ନଗ୍ନ ଭିଡିଓ ଭାଇରାଲ୍‌, ପ୍ରେମିକ ସହିତ ୩ ଯୁବକ ଗିରଫ,
517
VIEWS
Share on FacebookShare on Twitter

ସମ୍ବଲପୁର, (ବାଘୁଆବାର୍ତ୍ତା): ଶାସନ ଥାନା ଅଞ୍ଚଳରେ ପ୍ରେମୀଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍‌ ଘଟଣାରେ ଶାସନ ପୁଲିସ୍‌ ପ୍ରେମିକ ସମେତ ୩ ଯୁବକଙ୍କୁ ଗିରଫ କରିଛି । ଏହି ଘଟଣାରେ ଭିଡିଓ ରେକର୍ଡିଂ ହୋଇଥିବା ଓ ଭାଇରାଲ୍‌ରେ ବ୍ୟବହୃତ ୩ଟି ମୋବାଇଲ୍‌ ଫୋନ୍‌କୁ ମଧ୍ୟ ପୁଲିସ୍‌ ଜବତ କରିବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ ପ୍ରେମିକ ତଥା ପିଥମପୁରର ସୁରେନ୍ଦ୍ର କୁମାର ବାଦୀ(୨୬), ବିଶାଳଖିଣ୍ଡା ଗ୍ରାମର ପୱଲ୍‌ ବାବା(୨୧) ଓ ପୌଲୁସ୍‌ ବାବା(୨୬) । ଉକ୍ତ ଭିଡିଓ ଦେଖିଥିବା ୨୬ ଜଣଙ୍କୁ ପୁଲିସ୍‌ ଅଟକ ରଖି ପୁଲିସ୍‌ ପଚରାଉଚରା ମଧ୍ୟ କରିଥିବା ଜଣାପଡ଼ିଛି । ପୁଲିସ୍‌ ପିଥମପୁରର ସୁରେନ୍ଦ୍ର ଜଣେ ଯୁବତୀଙ୍କୁ ଗତ ୯ ମାସ ହେବ ପ୍ରେମ କରୁଥିଲା । ଉଭୟଙ୍କ ମଧ୍ୟରେ ନିୟମିତ ଭାବେ ଭିଡିଓ କଲ୍‌ ଓ ଭିଡିଓ ଚାଟିଂ ବି ଚାଲିଥିଲା । ତେବେ ଏହାରି ମଧ୍ୟରେ ଉଭୟେ ବେଶ୍‌ ନିକଟତର ହୋଇଯିବା ସହ ଭିଡିଓ କଲ୍‌ରେ କଥାବାର୍ତ୍ତା କରୁଥିଲେ । ଏହି ସମୟରେ ସୁରେନ୍ଦ୍ର ହ୍ୱାଟସ୍‌ ଆପ୍‌ ଭିଡିଓ କଲ୍‌କୁ ନିଜ ମୋବାଇଲ୍‌ରେ ରେକର୍ଡ କରି ନେଉଥିଲା । ଯେଉଁଥିରେ ନିଜର ଓ ପ୍ରେମିକାର ନଗ୍ନ ଚିତ୍ର ରହିଥିଲା । ତେବେ ଗତ ୪ ତାରିଖରେ କିଛି ଯୁବକ ସୁରେନ୍ଦ୍ର ଓ ଉକ୍ତ ଯୁବତୀଙ୍କ ପ୍ରେମ ସମ୍ପର୍କ ବିଷୟରେ ଜାଣିପାରି ପଚାରିଥିଲେ । ସେମାନେ ସୁରେନ୍ଦ୍ରକୁ ଧମକଚମକ ଦେଇ ସୁରେନ୍ଦ୍ର ମୋବାଇଲ୍‌ରେ ରହିଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ନିଜ ମୋବାଇଲ୍‌କୁ ନେଇ ଯାଇଥିଲେ । ଏହାପରେ ଉକ୍ତ ଭିଡିଓଗୁଡ଼ିକ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୁରି ବୁଲିଥିଲା । ଏହି ଘଟଣା ସମ୍ପର୍କରେ ଯୁବତୀଜଣଙ୍କ ଜାଣିବା ପରେ ଗତ ୫ ତାରିଖରେ ଶାସନ ପୁଲିସ୍‌ର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ । ଏନେଇ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସମୟରେ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!