ବଡ଼ମ୍ବା, (ବାଘୁଆବାର୍ତ୍ତା): ଭଟ୍ଟାରିକା ପୀଠ ସଫେଇ କଲେ ବଡ଼ମ୍ବା ଡ୍ରାଇଡ଼ର ସଂଘ । ସୂଚନାନୁସାରେ, କଟକ ଜିଲ୍ଲା ବଡ଼ମ୍ବା ବ୍ଲକ୍ ମହାନଦୀ କୂଳରେ ବିରାଜମାନ କରିଥିବା ମା ଆଧିଷ୍ଠାତ୍ରୀ ଦେବୀ ଭଟ୍ଟାରିକା ପୀଠ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିବା ବେଳେ ଏହି ପୀଟକୁ ବହୁ ପର୍ଯ୍ୟଟନ ଆସୁଥିବା ବେଳେ ମହାମାରୀ କରୋନା ଯୋଗୁ ହୋଇଥିବା ଲକଡାଉନ୍ରେ ମନ୍ଦିର ବନ୍ଦ ରହିଛି ଏବଂ ପର୍ଯ୍ୟଟକମାନଙ୍କ ପାଇଁ ମନ୍ଦିର ଦର୍ଶନ କରିବା ବନ୍ଦ କରାଯାଇଛି । ତେବେ ଏହାରି ଭିତରେ ଭଟ୍ଟାରିକା ପୀଠ ଠାରେ ଅଳିଆ ଆବର୍ଜନା ପଡିରହିଥିବା ବେଳେ ଏହାକୁ ସଫେଇ କରିବା ପାଇଁ ବଡ଼ମ୍ବା ଡ୍ରାଇଭର ସଂଘ ଆଗକୁ ବାହାରି ଆଜି ପବିତ୍ର ରଜ ସଂକ୍ରାନ୍ତିରେ ଯାଇ ମା ଭଟ୍ଟାରିକା ପୀଠର ଚର୍ତୁପାଶ୍ୱର୍ ଅଞ୍ଚଳ ସଫେଇ କରିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଉକ୍ତ ଅଞ୍ଚଳରେ ବଡ଼ମ୍ବା ଡ୍ରାଇଭର ସଂଘକୁ ବୁଦ୍ଧିଜୀବି ମହଲରେ ପ୍ରଶଂସା କରାଯାଇଛି ।





