Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭିଏତନାମରେ ଚିହ୍ନଟ ହେଲା ନୂତନ ଭାରିଏଣ୍ଟ, ବାୟୁରେ ଦ୍ରୁତ ଗତିରେ ବ୍ୟାପୁଛି

by ସଞ୍ଜୟ ସ୍ୱାଇଁ
May 29, 2021
in Health, NATIONAL NEWS
ଭିଏତନାମରେ ଚିହ୍ନଟ ହେଲା ନୂତନ ଭାରିଏଣ୍ଟ, ବାୟୁରେ ଦ୍ରୁତ ଗତିରେ ବ୍ୟାପୁଛି
410
VIEWS
Share on FacebookShare on Twitter

ହନୋଇ (ବାଘୁଆବାର୍ତ୍ତା): ସମଗ୍ର ଦୁନିଆରେ ଗୋଟିଏ ପଟେ କରୋନା ଭାଇରସ୍‌ର ପ୍ରକୋପ ଥମିବାର ନାଁ ନେଉନଥିବା ବେଳେ ଅନ୍ୟପଟେ ଭିଏତନାମରେ ଚିହ୍ନଟ ହୋଇଥିବା କରୋନାର ନୂତନ ଭାରିଏଣ୍ଟ ସଭିଙ୍କ ଚିନ୍ତା ବଢାଇ ଦେଇଛି। ଭିଏତନାମ ସ୍ଵାସ୍ଥ୍ୟ ମନ୍ତ୍ରୀ ଭିଏନ ଟନ ଲଙ୍ଗ ଶନିବାର ଏହାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭିଏତନାମରେ କରୋନା ଭାଇରସ୍‌ର ନୂତନ ଭାରିଏଣ୍ଟ ଚିହ୍ନଟ ହୋଇଛି। ଏହା ପୂର୍ବରୁ ବ୍ରିଟେନ୍, ବ୍ରାଜିଲ, ଦକ୍ଷିଣ ଆଫ୍ରିକା ଓ ଭାରତରେ ନୂତନ ଭାରିଏଣ୍ଟ ଚିହ୍ନଟ ହୋଇଥିଲା। ସମାଚାର ଏଜେନ୍ସି ରାଇଟର୍ସର ସୂଚନା ଅନୁଯାୟୀ, ଭିଏତନାମରେ କରୋନା ଭାଇରସ୍‌ର ଯେଉଁ ନୂତନ ଭାରିଏଣ୍ଟ ଚିହ୍ନଟ ହୋଇଛି, ତାହା ଭାରତ ଓ ବ୍ରିଟେନ୍‌ରେ ଚିହ୍ନଟ ଭାରିଏଣ୍ଟ ସହ ସାମଞ୍ଜ୍ୟସ ରହିଛି। ମାତ୍ର ସବୁଠୁ ବଡ ଚିନ୍ତା ଏହା ଯେ, ଏହା ଅନ୍ୟ ଭାରିଏଣ୍ଟ ତୂଳନାରେ ବାୟୁରେ ଦ୍ରୁତ ଗତିରେ ବ୍ୟାପୁଛି। ଗତ ବର୍ଷ ଆସିଥିବା କରୋନା ଭାଇରସ୍‌ର ପ୍ରଥମ ଲହରକୁ ରୋକିବା ପାଇଁ ଭିଏତନାମ ସଫଳ ହୋଇଥିଲା। ହେଲେ ଏଥର ଭାଇରସ୍‌ର ପ୍ରକୋପ ଅଧିକ ଦେଖିବାକୁ ମିଳିଛି। ନୂତନ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଯଥା ସମ୍ଭବ ପ୍ରୟାସ ଜାରି ରହିଛି। ଏପ୍ରିଲ ମାସର ଶେଷ ସପ୍ତାହରେ ଭିଏତନାମର ୬୩ ସହରରୁ ୩୧ଟିରେ କରୋନା ସଂକ୍ରମଣର ନୂତନ ୩୬୦୦ କେସ୍ ସାମ୍ନାକୁ ଆସିଥିଲା। ଯାହା ପୂରା ଦେଶର ମୋଟ୍ କରୋନା ମାମଲାର ୫୦ ପ୍ରତିଶତ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!