ଭୁବନେଶ୍ୱର,(ବାଘୁଆବା ର୍ା): ଆଜି ସାରା ରାଜ୍ୟରେ କୋଭିଡ୍-୧୯ ଭାଇରସ୍ରୁ ବ ିର୍ବା ପାଇଁ, ଟିକାକରଣର ଶୁଭାରମ୍ଭ ହୋଇଯାଇଛି । ରାଜ୍ୟର ୧୬୧ଟି କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଚାଲୁରହିଛି । ପ୍ରତ୍ୟେକ ବ୍ୟକ୍ତିଙ୍କୁ ୨ଗୋଟି ଡୋଜ୍ ଦିଆଯିବ । ରାଜ୍ୟ ସରକାର ୧୬, ୩୯୮ଟିକା ପ୍ରଦାନ କରିବା ପାଇଁ ଲକ୍ଷ ଧାର୍ଯ୍ୟ କରିଥିବା ବେଳେ ସଂଧ୍ୟାସୁଧା ୧୩, ୭୪୫ଟିକା ପ୍ରଦାନ କରାଯାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ବ ର୍ମାନ ସୁଦ୍ଧା ରାଜ୍ୟରେ ୮୪% ଟିକାକରଣ କରାଯାଇଛି । ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ବଢିଛି । କୌଣସି ଅର୍ପିତିକର ପରିସ୍ଥିତି ସୃଷ୍ଟି ହୋଇନଥିବା ଜଣାପଡିଛି । ଆସନ୍ତାକାଲି ଟିକା ପ୍ରଦାନ ବନ୍ଦ କରାଯିବ । ଆଜି ରାଜ୍ୟର ପ୍ରତିଷ୍ଠିତ ଡାକ୍ତର ଓ ସମାଜସେବୀ ଟିକା ନେଇଛନ୍ତି ।