Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗାଁରେ ଶତ ପ୍ରତିଶତ ପ୍ରଥମ ଡୋଜ୍ ନେବାରେ କନ୍ଧମାଳ ଆଗରେ

by ସଞ୍ଜୟ ସ୍ୱାଇଁ
October 22, 2021
in Feature News
ଗାଁରେ ଶତ ପ୍ରତିଶତ ପ୍ରଥମ ଡୋଜ୍ ନେବାରେ କନ୍ଧମାଳ ଆଗରେ
59
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ରାଜ୍ୟର ଏବେ ସୁଦ୍ଧା ୩୫୪୦ଟି ଗାଁରେ ଶତ ପ୍ରତିଶତ ହିତାଧିକାରୀ ନିଜର ପ୍ରଥମ ଡୋଜ୍ ନେଇଛନ୍ତି। ଏହି ତାଲିକାରେ ଆଗରେ ରହିଛି କନ୍ଧମାଳ ଜିଲ୍ଲା। ଜିଲ୍ଲାରେ ୪୨୧ଟି ଗାଁରେ ଶତ ପ୍ରତିଶତ ପ୍ରଥମ ଡୋଜ୍ ଦିଆଯାଇଛି। ଯାହାକି ଜିଲ୍ଲାରେ ଥିବା ସମୁଦାୟ ଗାଁର ୧୬ ପ୍ରତିଶତ। ତେବେ ରାଜ୍ୟରେ ସମୁଦାୟ ଭାବେ ମାତ୍ର ୭ ପ୍ରତିଶତ ଗାଁରେ ଶତ ପ୍ରତିଶତ ଟିକାକରଣ ସମ୍ଭବ ହୋଇପାରିଛି। ଚଳିତବର୍ଷ ଜାନୁଆରି ୧୬ତାରିଖରୁ ରାଜ୍ୟରେ କରୋନା ଟିକାକରଣ ଆରମ୍ଭ ହୋଇଛି। ରାଜ୍ୟରେ ଏବେ ସୁଦ୍ଧା ସାଢ଼େ ୩କୋଟିରୁ ଅଧିକ ଟିକାକରଣ ହୋଇଛି। ଏଥିରେ ଅଢ଼େଇ କୋଟିରୁ ଅଧିକ ପ୍ରଥମ ଓ କୋଟିଏରୁ ଅଧିକ ଲୋକ ଉଭୟ ‌ଡୋଜ୍ ଟିକା ନେଇଛନ୍ତି। ରାଜ୍ୟରେ ସମୁଦାୟ ୩୧୪ ବ୍ଲକ୍‌ରେ ୫୨,୧୩୫ ଗାଁ ରହିଛି। ତହିଁରୁ ୩୫୪୦ ଗାଁରେ ଥିବା ସମସ୍ତ ଯୋଗ୍ୟ ହିତାଧିକାରୀ ନିଜର ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ଯଦିଓ କନ୍ଧମାଳ ସଂଖ୍ୟା ଦୃଷ୍ଟିରୁ ଆଗରେ ରହିଛି, ମାତ୍ର ପ୍ରତିଶତକୁ ଦେଖିଲେ ଆଗରେ ରହିଛି ନବରଙ୍ଗପୁର ଜିଲ୍ଲା। ନବରଙ୍ଗପୁରରେ ସମୁଦାୟ ୮୯୬ଟି ଗାଁ ଥିବା ବେଳେ ତହିଁରୁ ୩୮୫ଟି ଗାଁରେ ଶତ ପ୍ରତିଶତ ପ୍ରଥମ ଡୋଜ୍ ଦିଆଯାଇଛି। ଯାହାକି ଜିଲ୍ଲାରେ ଥିବା ଗାଁରୁ ୪୨ ପ୍ରତିଶତ। ଗଞ୍ଜାମରେ ୨୭୩, ଭଦ୍ରକରେ ୨୫୯, ରାୟଗଡ଼ା ୨୪୬, ନୟାଗଡ଼ ୨୩୮, ଦେବଗଡ଼ ୨୨୭, କେନ୍ଦୁଝର ୨୧୧, ପୁରୀ ୧୩୦, ମାଲକାନଗିରି ୧୧୧, ଗଜପତି ୧୦୮, ନୂଆପଡ଼ାରେ ୧୦୨, ସମ୍ବଲପୁର ୯୮ ଓ ଅନ୍ୟ ଜିଲ୍ଲାରେ କମ୍ ଗାଁ ଶତ ପ୍ରତିଶତ ଟିକାକରଣରେ ସାମିଲ ହୋଇପାରିଛନ୍ତି। ଏହାସହ ରାଜ୍ୟର ୭ଟି ବ୍ଲକ୍‌ରେ ମଧ୍ୟ ଶତ ପ୍ରତିଶତ ଟିକାକରଣ ହୋଇଛି। ଏଥିରେ କନ୍ଧମାଳର ୩, ଦେବଗଡ଼, ‌ଗଞ୍ଜାମରେ ଗୋଟିଏ ଲେଖାଏ ବ୍ଲକ୍‌ ଏହି ସଫଳତାରେ ସାମିଲ ହୋଇପାରିଛି। ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୩୯୬୬ଟି ଗାଁ ରହିଥିବା ବେଳେ ତହିଁରୁ ମାତ୍ର ୨ଟି ଗାଁରେ ଶତ ପ୍ରତିଶତ ଟିକାକରଣ ସମ୍ଭବ ହୋଇପାରିଛି। ଢେଙ୍କାନାଳ, ବଲାଙ୍ଗୀର ଭଳି ଜିଲ୍ଲା ମଧ୍ୟ ପଛରେ ରହିଛନ୍ତି। ଅପରପକ୍ଷରେ ଅନୁଗୁଳ, ଜଗତସିଂହପୁର ଓ ଯାଜପୁର ଜିଲ୍ଲାର ଗୋଟିଏ ହେଲେ ବି ଗାଁରେ ଶତ ପ୍ରତିଶତ ଟିକାକରଣ ହୋଇପାରିନି। ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି ସହରାଞ୍ଚଳରେ ପ୍ରାୟ ହିତାଧିକାରୀ ନିଜର ପ୍ରଥମ ଡୋଜ ନେଇ ସାରିଲେଣି। ତେଣୁ ଏବେ ଗ୍ରାମାଞ୍ଚଳକୁ ଅଧିକ ଫୋକସ୍ କରାଯାଉଛି। ଅପରପକ୍ଷରେ ଶିଶୁମାନଙ୍କ ଟିକାକରଣ ନେଇ ଡା.ପାଣିଗ୍ରାହୀ କହିଛନ୍ତି ଯେ ଜାଇକଭ୍‌-ଡି ଟିକାକରଣର ଓରିଏଣ୍ଟେସନ୍ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ଭର୍ଚୁଆଲ ମୋଡରେ ସ୍ବାସ୍ଥ୍ୟ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ମାତ୍ର ପିଲାମାନଙ୍କୁ ଜାଇକଭ-ଡି କିମ୍ବା କୋଭାକ୍ସିନ୍ ଦିଆଯିବ ତାହା ନେଇ କେନ୍ଦ୍ର ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!