Sunday, July 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କେନ୍ଦ୍ର ସରକାରଙ୍କୁ ପୁଣି ବର୍ଷିଲେ ସୁପ୍ରିମକୋର୍ଟ, ମାଗିଲେ ସମ୍ପୂର୍ଣ୍ଣ ତଥ୍ୟ, ଡିସେମ୍ବର ସୁଧା ଶେଷକର ଟିକା ପ୍ରକ୍ରିୟା

by ସଞ୍ଜୟ ସ୍ୱାଇଁ
June 2, 2021
in Health, NATIONAL NEWS
କେନ୍ଦ୍ର ସରକାରଙ୍କୁ ପୁଣି ବର୍ଷିଲେ ସୁପ୍ରିମକୋର୍ଟ, ମାଗିଲେ ସମ୍ପୂର୍ଣ୍ଣ ତଥ୍ୟ, ଡିସେମ୍ବର ସୁଧା ଶେଷକର ଟିକା ପ୍ରକ୍ରିୟା
124
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା) ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାର କିପରି ଟିକା କରଣ ନିତି ଆପଣାଇଛନ୍ତି ଏହାର ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ଭ୍ୟାକ୍ସିନ କିଣାର ବିସ୍ତୃତ ତଥ୍ୟ ଦେବାକୁ କହିଛନ୍ତି । ଏତିକି ନୁହେଁ ଏ ପର୍ୟ୍ୟନ୍ତ କେତେ ଜଣଙ୍କ ଟିକାକରଣ ହୋଇ ସାରିଛି ତାର ତଥ୍ୟ ମଧ୍ୟ ଦେବାକୁ କୋର୍ଟ କହିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ, ଡିସେମ୍ବର ଶେଷ ସୁଦ୍ଧା କେମିତି ସମସ୍ତଙ୍କ ଟିକାକରଣ ହୋଇ ପାରିବ ତାର ରୋଡମ୍ୟାପ୍ ଦେବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି। କେନ୍ଦ୍ର ସରକାର କହିଥିଲେ, ଚଳିତ ବର୍ଷ ଶେଷ ସୁଦ୍ଧା ଲୋକଙ୍କ ଟିକାକରଣ କରାଯିବ ବୋଲି କହିଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଏ ପର୍ୟ୍ୟନ୍ତ କରୋନାର କେତେ ଭ୍ୟାକ୍ସିନ କିଣା ଯାଇଛି। କେତେ ଲୋକଙ୍କ ଟିକାକରଣ ହୋଇ ସାରିଛି ଏବଂ ବାକି ଲୋକଙ୍କ କେବେ ଟିକାକରଣ କରାଯିବ ? ଅଦାଲତ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, ବ୍ଲାକ ଫଙ୍ଗସ୍‌ ଚିକିତ୍ସା ପାଇଁ ଔଷଧର ଉପଲବ୍ଧତା ସୁନିଶ୍ଚିତ ପାଇଁ କଣ ପଦକ୍ଷେପ ନିଆଯାଇଛି, ଏସବୁର ତଥ୍ୟ ଦେବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ଆଦେଶ ଦେଇଛନ୍ତି। ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ, ବିଚାରପତି ଏଲ ଏନ ରାଓ ଓ ବିଚାରପତି ଏସ. ରବୀନ୍ଦ୍ର ଭଟ୍ଟଙ୍କ ସ୍ଵତନ୍ତ୍ର ଖଣ୍ଡପୀଠ ନିଜ ଆଦେଶରେ କହିଛନ୍ତି, ସ୍ପଷ୍ଟ ଭାବେ ଜଣାନ୍ତୁ ଯେ, ତିନୋଟି ଭ୍ୟାକ୍ସିନ କୋଭିସିଲ୍ଡ, କୋଭାକ୍ସିନ ଓ ସ୍ପୁଟନିକ-ଭି କିଣିବା ପାଇଁ କେବେ କେବେ ଅର୍ଡର ଦିଆଯାଇଛି। ପ୍ରତି ତାରିଖରେ କେତେ ଡୋଜ୍‌ର ଅର୍ଡର ଦିଆଯାଇଛି ଏବଂ ଏହାର ଯୋଗାଣ କେବେ କରାଯାଇଛି ତାର ବିସ୍ତୃତ ତଥ୍ୟ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ରକୁ ଆଦେଶ ଦେଇଛନ୍ତି। ଅଦାଲତ କହିଛନ୍ତି ଯେବେ ନାଗରିକଙ୍କ ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ ହେଉଛି ସେହି ସମୟରେ ଆମେ ମୁକଦର୍ଶକ ହୋଇ ବସି ପାରିବୁ ନାହିଁ। ଏହା ବ୍ୟତୀତ ସୁପ୍ରିମକୋର୍ଟ ସରକାରଙ୍କୁ ଏ ପର୍ୟ୍ୟନ୍ତ କେତେ ପ୍ରତିଶତ ଲୋକଙ୍କୁ ଗୋଟିଏ କିମ୍ବା ଦୁଇ ଡୋଜ୍ ଟିକା ଦିଆଯାଇଛି, ଗ୍ରାମାଞ୍ଚଳରେ କେତେ ପ୍ରତିଶତ ଲୋକ ଏବଂ ସହରାଞ୍ଚଳରେ କେତେ ପ୍ରତିଶତ ଲୋକଙ୍କୁ ଟିକା ଦିଆଯାଇଛି ତାର ତଥ୍ୟ ଦେବାକୁ ମଧ୍ୟ କହିଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!