Tuesday, June 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭିସୁଟ୍ ରାଗିଂ ଘଟଣା : ୧୨ ଛାତ୍ର ବହିଷ୍କୃତ

by ସଞ୍ଜୟ ସ୍ୱାଇଁ
September 30, 2021
in NATIONAL NEWS, State
ଭିସୁଟ୍ ରାଗିଂ ଘଟଣା : ୧୨ ଛାତ୍ର ବହିଷ୍କୃତ
77
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ପୁଲସ୍ତ୍ୟ ଛାତ୍ରାବାସରେ ଗତ ୨୨ ତାରିଖ ମଧ୍ୟରାତ୍ରୀରେ ଜଣେ ତୃତୀୟ ବର୍ଷ ଛାତ୍ରଙ୍କୁ ହୋଇଥିବା ରାଗିଂ ଘଟଣାରେ କର୍ତ୍ତୃପକ୍ଷ କଡ଼ା କାର୍ୟ୍ୟାନୁଷ୍ଠାନ ନେଇଛନ୍ତି । ଏହି ରାଗିଂ ଘଟଣାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ୨ ଜଣ ଛାତ୍ରଙ୍କୁ ୨ ବର୍ଷ ପାଇଁ କଲେଜରୁ ବହିଷ୍କୃତ କରାଯାଇଥିବା ବେଳେ ଅନ୍ୟ ୧୦ ଜଣ ଛାତ୍ରଙ୍କୁ ୧ ବର୍ଷ ପାଇଁ ବିଶ୍ୱବିଦ୍ୟାଳୟରୁ ବହିଷ୍କାର କରାଯାଇଛି । ଭିସୁଟ୍‌ରେ ରାଗିଂ ଘଟଣା ନେଇ ଖବର ପ୍ରସାରିତ ହେବା ପରେ ୨୪ ତାରିଖରେ ଶୃଙ୍ଖଳା କମିଟି ବୈଠକ ବସି ବିଭିନ୍ନ ପ୍ରସ୍ତାବ ଦିଆଯାଇଥିଲା । ଯାହା ଆଧାରରେ ଏହି କାର୍ୟ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ମିଳିଛି । ବହିଷ୍କାର ଅବଧି ଶେଷ ପରେ ଏହି ଛାତ୍ରମାନେ ପୁନଃ ବିଶ୍ୱବିଦ୍ୟାଳୟରେ ଯୋଗଦାନ ପୂର୍ବରୁ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ପ୍ରତିଶ୍ରୁତି ଦେବେ ଯେ ସେମାନେ ଭବିଷ୍ୟତରେ ଏଭଳି କାର୍ୟ୍ୟରେ ଆଉ ସମ୍ପୃକ୍ତ ରହିବେ ନାହିଁ । ଏହାର ଉଲ୍ଲଂଘନ ହେଲେ ସେମାନଙ୍କୁ ସବୁଦିନ ପାଇଁ ବିଶ୍ୱବିଦ୍ୟାଳୟରୁ ବହିଷ୍କାର କରାଯିବ ବୋଲି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ରାଗିଂ ଘଟଣା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଚେତା ପଶିଛି । ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ ଯେଭଳି ଭାବେ କୌଣସି ଅନୈତିକ କାର୍ୟ୍ୟରେ ଲିପ୍ତ ରହିବେ ନାହିଁ ସେନେଇ କର୍ତ୍ତୃପକ୍ଷଙ୍କୁ ସେମାନେ ଓ ତାଙ୍କ ଅଭିଭାବକମାନେ ଲିଖିତ ପ୍ରତିଶ୍ରୁତି ଦେବେ ବୋଲି ନିଷ୍ପତ୍ତି ନିଆଯାଇଛି । ବିଶେଷକରି କ୍ୟାମ୍ପସ୍‌ରେ କିମ୍ବା କ୍ୟାମ୍ପସ୍‌ ବାହାରେ ମାଦକ ଦ୍ରବ୍ୟ କିମ୍ବା ଡ୍ରଗ୍ସ ସେବନ କରୁଥିବା ଅବସ୍ଥାରେ ଧରାପଡ଼ିଲେ ସେମାନଙ୍କୁ ତୁରନ୍ତ ବହିଷ୍କାର କରି ଦିଆଯିବ ବୋଲି କର୍ତ୍ତୃପକ୍ଷଙ୍କ ପ୍ରୋସିଡିଂରେ ଉଲ୍ଲେଖ ରହିଛି । ରାଗିଂ ଘଟଣା ନେଇ କର୍ତ୍ତୃପକ୍ଷ ପୀଡ଼ିତ ଛାତ୍ର ଓ ଅନ୍ୟ ୧୨ ଜଣ ଛାତ୍ରଙ୍କୁ ପଚରାଉଚରା ସମୟରେ ଛାତ୍ରାବାସ ହଲ୍‌ରେ ମଦ ପିଇବା ଘଟଣା ସମ୍ପର୍କରେ ଜଣାପଡ଼ିଥିଲା । ଯାହାକୁ କେନ୍ଦ୍ର କରି ଏହି ବିବାଦ ଉପୁଜିଥିଲା । ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ନିଶା ସେବନ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ବେଳେ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତି ଉକ୍ତ ଅଭିଯୋଗରେ ମୋହର ମାରିଥିବା ମଧ୍ୟ କୁହାଯାଉଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!