Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ିଶା ବିକାଶର ନୂଆଁ ବିନ୍ଧାଣୀ ଭି.କେ.ପାଣ୍ଡିଆନ୍, ଜାଣନ୍ତୁ ରାଜ୍ୟ ପ୍ରତି ତାଙ୍କର କଣ ଅବଦାନ

by ସଞ୍ଜୟ ସ୍ୱାଇଁ
November 28, 2023
in Feature News
ଓଡ଼ିଶା ବିକାଶର ନୂଆଁ ବିନ୍ଧାଣୀ ଭି.କେ.ପାଣ୍ଡିଆନ୍, ଜାଣନ୍ତୁ ରାଜ୍ୟ ପ୍ରତି ତାଙ୍କର କଣ ଅବଦାନ
142
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡ଼ିଶା ବିକାଶର ସ୍ବପ୍ନ ପୂରଣ ଦିଗରେ ବିନ୍ଧାଣୀ ସାଜିଥିବା ଭି.କେ.ପାଣ୍ଡିଆନ୍ ଓଡ଼ିଶା କ୍ୟାଡରର ଆଇଏଏସ ଅଫିସର । ୨୦୦୨ରୁ କଳାହାଣ୍ଡି ଧର୍ମଗଡ ଉପଜିଲ୍ଲାପାଳ ଭାବେ ନିଜ ପ୍ରଶାସନିକ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଭାବେ ଦାୟିତ୍ବ ନିର୍ବାହ କଲା ବେଳେ ସାଧାରଣ ଲୋକଙ୍କ ସୁବିଧା ସୁଯୋଗ ପାଇଁ ଅନେକ କାମ କରିଛନ୍ତି । ତାଙ୍କର ସଫଳତା ପାଇଁ ଏକାଧିକ ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି ଭି.କେ.ପାଣ୍ଡିଆନ୍ । ଗଞ୍ଜାମ ଜିଲ୍ଲାପାଳ ଥିବା ବେଳେ ତାଙ୍କର ଦକ୍ଷତାକୁ ଦେଖି ୨୦୧୧ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ନିଜର ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ବ ଦେଇଥିଲେ । ଏହା ପରେ ୨୦୧୯ରୁ 5T ସଚିବ ଭାବେ ରୂପାନ୍ତରଣ ଓଡ଼ିଶା ଗଠନର ଦାୟିତ୍ବ ନେଇ ଘରେ ଘରେ ପରିଚିତି ଲାଭ କରିଥିଲେ ଭି.କେ.ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀଙ୍କ ଭିଜନକୁ ବାସ୍ତବ ରୂପ ଦେବା ଓ ରୂପାନ୍ତରଣର ରୂପକାର ସାଜିଥିବା ଭି.କେ.ପାଣ୍ଡିଆନଙ୍କ ଓଡ଼ିଶା ବିକାଶରେ ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା ।

ବାରମ୍ବାର ବିରୋଧୀଙ୍କ ନିଶାନାରେ ଥିବା ଭି.କେ.ପାଣ୍ଡିଆନ୍ ଏବେ ବିଜେଡିରେ । ପ୍ରଶାସନିକ ବ୍ୟବସ୍ଥାରେ ଥାଇ ରାଜନୀତି କରୁଥିବା ଅଭିଯୋଗ ଆଣି ବିରୋଧୀ କହୁଥିଲେ ଯଦି ରାଜନୀତି କରିବାର ଇଚ୍ଛା ଅଛି ତାହେଲେ ଦଳରେ ଯୋଗ ଦିଅନ୍ତୁ । ସେଇ ପାଣ୍ଡିଆନଙ୍କର ଏବେ ସୃଷ୍ଟି ହୋଇଛି ନୂଆ ପରିଚୟ । ବିଜେଡିରେ ସାମିଲ ହୋଇ ବିରୋଧୀଙ୍କୁ ଦେଇଛନ୍ତି ମୁହଁତୋଡ଼ ଜବାବ୍ । ଭି.କାର୍ତ୍ତିକେୟନ୍ ପାଣ୍ଡିଆନ୍ । ମେନ୍ ଉଇଥ୍ ଏ ମିଶନ୍ । ଓଡ଼ିଶାର ବିକାଶ ଓ ରୂପାନ୍ତରଣର ବିନ୍ଧାଣୀ । ପ୍ରଶାସନିକ ସେବାରୁ ରାଜନୀତିରେ ଏଣ୍ଟ୍ରି ଭିତରେ ରାଜ୍ୟବାସୀଙ୍କ ସେବାକୁ ସବୁବେଳେ ଗୁରୁତ୍ବ ଦେଇ ଆସିଥିବା ଭି.କେ.ପାଣ୍ଡିଆନ୍ ଗ୍ରହଣୀୟତା ବେଶ୍ ବୃଦ୍ଧି ପାଇବାରେ ଲାଗିଛି ।

ଓଡ଼ିଶା କ୍ୟାଡରର ଏହି IAS ଅଫିସର ୨୦୦୨ରେ କଳାହାଣ୍ଡି ଧର୍ମଗଡ ଉପଜିଲ୍ଲାପାଳ ଭାବେ ନିଜ ପ୍ରଶାସନିକ କ୍ୟାରିୟର ଆରମ୍ଭ କରିଥିଲେ । ସେତେବେଳେ ଭୋକର ଭୂଗୋଳ କୁହାଯାଉଥିବା କଳାହାଣ୍ଡି ଜିଲ୍ଲାରେ ୨ ବର୍ଷର ପ୍ରଶାସନିକ ସେବା ଭିତରେ ଲୋକଙ୍କ ସାମାଜିକ ଜୀବନରେ ବଡ ପରିବର୍ତ୍ତନ ଆଣିଥିଲେ ଭି.କେ.ପାଣ୍ଡିଆନ୍ । ଚାଷୀଙ୍କ ଅଧିକାର ଲାଗି ତାଙ୍କ ପ୍ରଚେଷ୍ଟା, ଧାନ ସଂଗ୍ରହରେ ସ୍ବଚ୍ଛତା ଆଣିବା ଲାଗି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଭାବେ କାମ କରିଥିଲେ ।

୨୦୦୫ରେ ସର୍ବକନିଷ୍ଠ ଅଫିସର ଭାବେ ସର୍ବବୃହତ୍ତ ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ହୋଇ ନୂଆ ରେକର୍ଡ ସୃଷ୍ଟି କରିଥିଲେ ଭିକେ ପାଣ୍ଡିଆନ । ଜିଲ୍ଲାରେ ମାଓ କାର୍ଯ୍ୟକଳାପ ହ୍ରାସ କରିବାରେ ତାଙ୍କ ଥିଲା ପ୍ରମ୍ମୁଖ ଭୂମିକା । ଏହା ସହ ଭିନ୍ନକ୍ଷମଙ୍କ ପୁନର୍ବାସ ଯୋଜନାରେ ସେମାନଙ୍କୁ ସଶକ୍ତି କରଣ ଲାଗି ତାଙ୍କ ଦ୍ବାରା ଆରମ୍ଭ ହୋଇଥିବା ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ସାରା ଦେଶର ମଡେଲ ହୋଇପାରିଥିଲା । ରାଜ୍ୟକୁ ମିଳିଥିଲା ଜାତୀୟ ପୁରସ୍କାର, ଓଡିଶା ପାଲଟିଥିଲା ମଡେଲ । ପ୍ରଶାସନିକ ସେବା ସହ ସେ ଜନସେବାକୁ ମଧ୍ୟ ବ୍ରତ କରିଥିଲେ। ଗୋପାଳପୁରରେ HIV ଆକ୍ରାନ୍ତଙ୍କ ପିଲାମାନଙ୍କର ଲାଳନ ପାଳନ ଓ ସେମାନଙ୍କ ସାମାଜିକ ସୁରକ୍ଷା ସୁନିଶ୍ଚିତ ଲାଗି ପ୍ରତିଷ୍ଠା କରିଥିଲେ ଶ୍ରଦ୍ଧା ସଂଜୀବନୀ ।

ଲାଲ ବାହାଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମି ପକ୍ଷରୁ ପ୍ରଶାସକ ଓ ସାମରିକ ବାହିନୀର ମିଳିତ ପାଠ୍ୟକ୍ରମ ଉପରେ ସେ ବକ୍ତବ୍ୟ ରଖିଥିଲେ । ଭିନ୍ନକ୍ଷମ ସଶକ୍ତିକରଣ ଲାଗି ତାଙ୍କୁ ମିଳିଥିଲା ହେଲେନ କେଲର ପୁରସ୍କାର । ୨୦୦୭ରୁ ୨୦୧୧ ଯାଏ ଗଞ୍ଜାମ ଜିଲ୍ଲାପାଳ ଥିବାବେଳେ ତାଙ୍କ ପ୍ରଶାସନିକ ଦକ୍ଷତା ଯୋଗୁଁ ଜିଲ୍ଲାକୁ ୪ ଥର ଜାତୀୟ ପୁରସ୍କାର ମିଳିଥିଲା । ମନରେଗାରେ ଶ୍ରେଷ୍ଠ ପ୍ରଦର୍ଶନ କରି ଶ୍ରମିକଙ୍କ ପାଖରେ ଶହେ କୋଟି ଟଙ୍କା ସିଧାସଳଖ ଶ୍ରମିକଙ୍କ ଆକାଉଣ୍ଟକୁ ଯାଇଥିଲା । ଏହି ମଡେଲକୁ ସାରା ଦେଶ ଆପଣାଇଥିଲା । ଆଉ ୨୦୧୧ରେ ଭିକେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ବ ନେବା ପରେ ସିଧାସଳଖ ରାଜ୍ୟ ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିବାରେ ସାଜିଥିଲେ ପ୍ରମ୍ମୁଖ ବିନ୍ଧାଣୀ। ରାଜ୍ୟରେ ପ୍ରଶାସନିକ ସଂସ୍କାର ଲୋକଙ୍କ ପାଖରେ ପ୍ରଶାସନକୁ ଉତ୍ତର ଦାୟୀ କରିବା, ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କ ଅଭିଯୋଗ ଶୁଣିବା ଓ ତା’ର ସମାଧାନ କରିବାରେ ଭି.କେ.ପାଣ୍ଡିଆନ୍‌ ତାଙ୍କର କାର୍ଯ୍ୟ ଦକ୍ଷତା, କାର୍ଯ୍ୟଶୈଳୀ ଓ ପ୍ରତିବଦ୍ଧତା ଦେଖାଇ ଅ୍ରାସିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ଓ ଚିନ୍ତାଧାରାକୁ ବାସ୍ତବ ରୂପ ଦେଇ ଆସୁଛନ୍ତି ଭି.କେ ପାଣ୍ଡିଆନ ।

୨୦୧୯ରେ 5T ସଚିବ ଭାବେ ଦାୟିତ୍ବ ନେଲେ ଭି.କେ.ପାଣ୍ଡିଆନ । ତା ପରେ ବିଭିନ୍ନ ପ୍ରସାସନରେ ସ୍ବଚ୍ଛତା ଉପରେ ଗୁରୁତ୍ବ ଦିଆଯଇଥିଲା । ଟିମ ୱାର୍କ, ଟ୍ରାନସପରେନ୍ସି, ଟେକ୍ନୋଲୋଜି, ଟାଇମ, ଟ୍ରାନ୍ସଫରମେସନ ମାଧ୍ୟମରେ ଓଡିଶାକୁ ବିକଶିତ କରିବାରେ ତାଙ୍କର ରହିଛି ଉଲ୍ଳେଖନୀୟ ଭୂମିକା । 5T ମାଧ୍ୟମରେ ନିର୍ଦ୍ଧଷ୍ଟ ସମୟରେ ସେବା ପହଞ୍ଚାଇବାର ପ୍ରତିବଦ୍ଧତାକୁ ଅକ୍ଷରେ ଅକ୍ଷରେ ଅନୁପାଳନ କରିଥିଲେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ଭିଜନରେ ଓଡିଶା ରୂପାନ୍ତରଣରେ ତାଙ୍କ ପ୍ରମ୍ମୁଖ ଭୂମିକା ରହିଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହେଉ ବା ଏକାମ୍ର ପ୍ରକଳ୍ପ ତାରା ତାରିଣୀ ମନ୍ଦିର ହେଉ ବା ସମଲେଇ ପୀଠର ଉନ୍ନତି ସବୁଠି ଭିକେ ପାଣ୍ଡିଆନଙ୍କ ଭୂମିକା ଅଛି । ବିଶ୍ବ କପ ହକି ଆୟୋଜନ ରେ ଓଡିଶା ସାରା ବିଶ୍ବରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଶିକ୍ଷା କ୍ଷେତ୍ରରେ ରାଜ୍ୟର ସ୍କୁଲ କଲେଜ ଗୁଡିକର ରୂପାନ୍ତରଣ ହେଉ କି କଟକ ଭୁବନେଶ୍ବର ବସ ଷ୍ଟାଣ୍ଡ ବିଶ୍ବ ସ୍ତରୀୟ ହେଉ ସବୁଠି ରହିଛି ପ୍ରକଲ୍ପକୁ ବାସ୍ତବ ରୂପ ଦେବାରେ ପାଣ୍ଡିଆନ୍‌ଙ୍କ ଉଦ୍ୟମ ।

ରାତି ୪ଟାରୁ ପ୍ରକଳ୍ପସ୍ଥଳରେ ପହଞ୍ଚି ସମସ୍ତ କାର୍ଯ୍ୟର ସମୀକ୍ଷା କରିବାରେ ଉଦାହରଣ ସୃଷ୍ଟି କରିଛନ୍ତି ଏହି ଦକ୍ଷ ପ୍ରଶାସନିକ ଅଧିକାରୀ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଜିଲ୍ଲାରୁ ଜିଲ୍ଲାରୁ ବୁଲି ଲୋକଙ୍କ ଅଭାବ ଅଭିଯୋଗ ଶୁଣିଛନ୍ତି । ଲୋକଙ୍କ ସମସ୍ୟାକୁ ସାଙ୍ଗେ ସଙ୍ଗେ ସମାଧାନ କରିବାରେ ତାଙ୍କର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । ଆଉ ଏବେ ନବୀନ ଓଡିଶା ଏବଂ 5-ଟି ଅଧ୍ୟକ୍ଷ ଦାୟିତ୍ବରେ ଥାଇ ଆଜି ବିଜେଡିରେ ଯୋଗଦେଇଛନ୍ତି ଭି.କେ. ପାଣ୍ଡିଆନ। ତାଙ୍କ ଯୋଗଦାନ ରାଜ୍ୟର ବିକାଶରେ ଆହୁରି ସହାୟକ ହେବ ବୋଲି ଯୁକ୍ତି ବାଢିଛି ବିଜେଡି ।୨୩ ବର୍ଷର ପ୍ରଶାସନିକ ଦକ୍ଷତା କାମରେ ପ୍ରତିବଦ୍ଧତା ଓ ସବୁକ୍ଷେତ୍ରରେ ପାରଦର୍ଶିତା ଦେଖାଇଥିବା ଭିକେ ପାଣ୍ଡିଆନ ରାଜନୀତିକୁ ଆସିବା ପରେ ଏବେ ତାଙ୍କ ଉପରେ ଲୋକଙ୍କ ଭରସା ଆହୁରି ବଢ଼ିଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!