ଭୁବନେଶ୍ବର, (ବାଘୁଆବାର୍ତ୍ତା): ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ଦାୟିତ୍ବରେ ରହିବେ ପ୍ରଫେସର ଜଜ୍ଞେଶ୍ବର ଦଣ୍ଡପାଟ । ଏ ନେଇ ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନ ପ୍ରଫେସର ଦଣ୍ଡପାଟ ଉତ୍କଳ ବିଶ୍ବବିଦ୍ୟାଳୟ ବାୟୋଟେକ୍ନୋଲୋଜି ବିଭାଗ ଦାୟିତ୍ବରେ ଅଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ପ୍ରଫେସର ଦଣ୍ଡପାଟ ଦାୟିତ୍ବରେ ରହିବେ । ନୂଆ କୁଳପତିଙ୍କ ନିଯୁକ୍ତି ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।






