Thursday, November 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ସେବାଉତ୍ସବ ଆୟୋଜିତ

by ସଞ୍ଜୟ ସ୍ୱାଇଁ
June 25, 2025
in Feature News
ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ସେବାଉତ୍ସବ ଆୟୋଜିତ
94
VIEWS
Share on FacebookShare on Twitter

ଦଶପଲ୍ଲା,(ବାଘୁଆବାର୍ତ୍ତା): ଆଜି ଦଶପଲ୍ଲା ବ୍ଲକ ଅଧିନସ୍ଥ ଟାକରା ଗ୍ରାମଠାରେ ଥିବା ବାବା ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଦଶପଲ୍ଲା ଅଂଚଳର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ସେବା ଉତ୍ସବ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ସକାଳ ୮ ଘଟିକାରେ ଏକ ମଶାଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିବା ବେଳେ ମଧ୍ୟାହ୍ନରେ ଉତ୍ସର୍ଗ ଫାଉଣ୍ଡେସନ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା। ମଶାଲ ଶୋଭାଯାତ୍ରାରେ ଅତିଥି ଭାବରେ ଟାକରା ଗ୍ରାମ ପଂଚାୟତ ସରପଞ୍ଚ ମଦନ କୁମାର ଯାନୀ ଯୋଗ ଦେଇଥିବା ବେଳେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଟାକରା ବନପାଳ ରାକେଶ କୁମାର ସାହୁ, ବନରକ୍ଷୀ ଅଜୟ କୁମାର ସାହୁ ଯୋଗଦେଇଥିଲେ।ଅପରାହ୍ନରେ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟର ମୁଖ୍ୟ ଉତ୍ସବ ସେବାଉତ୍ସବ – ୨୦୨୫ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଯେଉଁଥିରେ ୧ ହଜାର ରୁ ଉର୍ଧ୍ଵ ଜନସାଧାରଣଙ୍କ ପାଇଁ ଭୋଜନର ବ୍ୟବସ୍ଥା କରାଯାଇଥିବା ବେଳେ ଶତାଧିକ ଭିନ୍ନକ୍ଷମ, ଅସହାୟ, ଗରିବ ଲୋକଙ୍କୁ ଟ୍ରଷ୍ଟ ତରଫରୁ ଶୁଖିଲା ଖାଦ୍ୟ, ବସ୍ତ୍ର, ଛତା, ଚପଲ, କମଳ ପ୍ରଦାନ କରାଯାଇଥିଲା. ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବରେ ଦଶପଲ୍ଲାର ଦୃଢ଼ ସଂଗଠକ ଉପେନ୍ଦ୍ର କୁମାର ସାହୁ, ଗାଳ୍ପିକ ପ୍ରବନ୍ଧିକ ହାଡ଼ିବନ୍ଧୁ ମହାଖୁଡ଼ ଙ୍କ ସମେତ ସମ୍ମାନିତ ଅତିଥି ଭାବେ କୁଝାମେନ୍ଧି ସମିତିସଭ୍ୟ, ଦଶପଲ୍ଲା ଅଂଚଳର ସମାଜସେବୀ ସନ୍ତୋଷ କୁମାର ସାହୁ,ଟାକରା ହାଇସ୍କୁଲ ପ୍ରଧାନ ଶିକ୍ଷକ ମୁକେଶ କୁମାର ଦୁଗାଲ,ମଣିନାଗ ବହୁମୁଖୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରାଧାମୋହନ କର୍ମୀ, ଟାକରା ଗ୍ରାମ ପଂଚାୟତ ସମିତିସଭ୍ୟ ପ୍ରଶାନ୍ତ ଦଳବେହେରା, ବାବା ସିଦ୍ଧେସ୍ୱର ମନ୍ଦିର ପରିଚାଳନା କମିଟିର ସଭାପତି ବାବୁଲା ସାହୁ, ଦି – ପଲିଟିକାଲ ସର୍କସର ଅଭିନେତା ଆର୍ତ୍ତତ୍ରାଣ ମିଶ୍ର ଙ୍କ ସମେତ ଦଶପଲ୍ଲା ବ୍ଲକର ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେଇଥିଲେ।। କାର୍ଯ୍ୟକ୍ରମ ଶେଷ ପର୍ଯ୍ୟୟରେ କଳାକୃତି ସହିତ ଜଡ଼ିତ ଥିବା ସ୍ଥାନୀୟ ଯୁବଗୋଷ୍ଠୀ ଓ ଛାତ୍ରଛାତ୍ରୀ ଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା. କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ବେହେରା ଟ୍ରଷ୍ଟର ସମସ୍ତ କର୍ମକର୍ତା ଙ୍କୁ ସାଧୁବାଦ ଦେବା ସହ ତାଙ୍କର ଚିନ୍ତାଧାରା କୁ ମଧ୍ୟ ସମର୍ଥନ ଜଣାଇ କହିଥିଲେ ଯଦି ଏଭଳି ଭାବରେ ଯୁବଗୋଷ୍ଠୀ ଅଂଚଳର ବିକାଶ ଦିଗରେ ଆଗେଇ ଚାଲିବେ ମୋ ତରଫରୁ ତାଙ୍କୁ ସଦା ସର୍ବଦା ସହଯୋଗ ରହିବ, ଯାହା ଫଳରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଆଭ୍ୟନ୍ତରୀଣ ଗ୍ରାମ ଗୁଡିକର ବିକାଶ ର ଅଗ୍ରଗତି ଆହୁରି ବଢ଼ିଯିବ. ଟ୍ରଷ୍ଟର ସମ୍ପାଦକ ନିହାର ରଞ୍ଜନ ମହାନ୍ତି ଟ୍ରଷ୍ଟର ଟ୍ରଷ୍ଟି (ଚେୟାରମ୍ୟାନ) ପ୍ରିୟବ୍ରତ ଆଚାର୍ଯ୍ୟ ଙ୍କୁ ଧନ୍ୟବାଦ ଦେବା ସହ ପ୍ରିୟବ୍ରତଙ୍କ ଚିନ୍ତାଧାରା ଓ ପରିକଳ୍ପନା ଯୋଗୁଁ ଏଭଳି ଏକ ଅନୁଷ୍ଠାନ ତିଆରି ହୋଇଥିବା କହିଥିଲେ।ଆଗାମୀ ଦିନରେ ଟ୍ରଷ୍ଟ କିଭଳି ଲୋକଙ୍କ ସମସ୍ୟା ପାଖରେ ପହଂଚି ପାରିବ ଓ ତାହା ପ୍ରଶାସନ ସ୍ତରକୁ ଆସି ପାରିବ ସେ ନେଇ ବିସ୍ତୃତ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଦଶପଲ୍ଲାର ବରିଷ୍ଠ ଗାଳ୍ପିକ ସାହିତ୍ୟିକ ହାଡ଼ିବନ୍ଧୁ ମହାଖୁଡ଼,ଦୈନିକ ସମ୍ବାଦ ଖବର କାଗଜର ସାମ୍ବାଦିକ ପ୍ରଫୁଲ୍ଲ କୁମାର ପଣ୍ଡା, ସ୍ଥାନୀୟ ଅଂଚଳର ପ୍ରକାଶ ରଞ୍ଜନ ବିଶ୍ୱାଳ ଙ୍କୁ ଟ୍ରଷ୍ଟ ତରଫରୁ ସମର୍ଦ୍ଧିତ କରାଯାଇଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିବା ଯୁବଗୋଷ୍ଠୀ ଓ ଛାତ୍ରଛାତ୍ରୀ ଙ୍କୁ ସାର୍ଟିଫିକେଟ ପ୍ରଦାନ କରି ଉତ୍ସାହିତ କରାଯାଇଥିଲା। ପ୍ରଥମ ଥର ପାଇଁ ଅଂଚଳରେ ଏଭଳି ଏକ ନିଆରା କାର୍ଯ୍ୟକ୍ରମର ଆୟୋଜନ କରିଥିବାରୁ ଦୃଢ଼ ସମ୍ମାନିତ ଅତିଥିଗଣ ଓ ସ୍ଥାନୀୟ ଅଂଚଳର ଜନସାଧାରଣ ଓ ବୁଦ୍ଧିଜୀବୀ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟର କର୍ମକର୍ତା ଙ୍କୁ ଧନ୍ୟବାଦ ଦେଇଥିଲେ। ଖାଲି ସେବାଉତ୍ସବରେ ଟ୍ରଷ୍ଟର କାର୍ଯ୍ୟ ସୀମିତ ରହିବ ନାହିଁ ବରଂ ଆଗାମୀ ଦିନରେ ଦଶପଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳ କୁ ଯାଇ ଟ୍ରଷ୍ଟ ତରଫରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯିବା ସହିତ ରକ୍ତଦାନ ଶିବିର, ସ୍ୱାସ୍ଥ୍ୟସେବା ଶିବିର ଭଳି ଅନେକ କାର୍ଯ୍ୟକ୍ରମ କରାଯିବ ବୋଲି ଟ୍ରଷ୍ଟର ଚେୟାରମ୍ୟାନ ଓ ସମ୍ପାଦକ କହିଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରଦୀପ କୁମାର ସାହୁ ପରିଚାଳନା କରିଥିବା ବେଳେ ଟ୍ରଷ୍ଟର ସଭ୍ୟ ସନ୍ତୋଷ କୁମାର ସାହୁ,କୁନା ବେହେରା, ମାନସ ପରିଡ଼ା, ଚନ୍ଦ୍ର ଶେଖର ନାଏକ, ସତ୍ୟବ୍ରତ ଆଚାର୍ଯ୍ୟ, ସମ୍ବିତ ଭଟ, ମନ୍ମଥ ସାହୁ, ସନ୍ତୋଷ ମୁଦୁଲି, ଚନ୍ଦନେଶ୍ୱର ଦାଶ, ନାରାୟଣ ସାହୁ, ରବି ନାରାୟଣ ସାହୁ ପ୍ରମୁଖ ସାମିଲ ହୋଇଥିଲେ।କାର୍ଯ୍ୟକ୍ରମକୁ ଟ୍ରଷ୍ଟର ଚେୟାରମ୍ୟାନ ପ୍ରିୟବ୍ରତ ଆଚାର୍ଯ୍ୟ ଅଦ୍ଧକ୍ଷତା କରିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!