Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିମାନବନ୍ଦରରେ ଆଫଗାନି ଶିଶୁଙ୍କୁ କୋଳରେ ଧରି ହୃଦୟ ଛୁଇଁ ନେଲେ ଆମେରିକୀୟ ସୈନିକ

by ସଞ୍ଜୟ ସ୍ୱାଇଁ
August 21, 2021
in WORLD
ବିମାନବନ୍ଦରରେ ଆଫଗାନି ଶିଶୁଙ୍କୁ କୋଳରେ ଧରି ହୃଦୟ ଛୁଇଁ ନେଲେ ଆମେରିକୀୟ ସୈନିକ
197
VIEWS
Share on FacebookShare on Twitter

କାବୁଲ, (ବାଘୁଆବାର୍ତ୍ତା): ଆଫଗାନିସ୍ତାନରେ ତାଲିବାନର କବ୍‌ଜା ପରେ ରକ୍ତପାତ ଜାରି ରହିଛି। ଆଫଗାନୀ ଓ ଆମେରିକୀୟ ନାଗରିକଙ୍କୁ ସୁରକ୍ଷିତ ଭାବରେ ବାହାର କରିବା ପାଇଁ ଆମେରିକାର ସୈନିକ ସେଠାରେ ରହିଛନ୍ତି। ବିମାନବନ୍ଦରରେ ଆମେରିକା ସୈନିକ ଏହି କାମରେ ଖୁବ୍ ଜୋରଦାର ଭାବରେ ଲାଗି ପଡିଛନ୍ତି। ଏହି ସମୟରେ କିଛି ମହିଳା ନିଜ ନିଜର ଛୋଟ ଛୋଟ ପିଲାଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଯିବାକୁ ଚେଷ୍ଟା କରୁଛନ୍ତି। ଏହି ସମୟର ଫଟୋ ଓ ଭିଡିଓ ଏବେ ଭାଇରାଲ ହେଉଛି। ଏହା ଭିତରେ ଆମେରିକା ସୈନିକଙ୍କର ଏକ ହୃଦୟସ୍ପର୍ଶୀ ଫଟୋ ଦେଖିବାକୁ ମିଳିଛି। ଆମେରିକାର ସୈନିକମାନେ ଛୋଟ ପିଲାଙ୍କୁ କୋଳରେ ଧରି ତାଙ୍କୁ ଗେହ୍ଲା କରୁଥିବାର ଦେଖିପାରିବେ। ଆଫଗାନିସ୍ତାନରେ ହାମିଦ୍ କରଜଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଛୋଟ ପିଲାଙ୍କୁ କୋଳରେ ଧରି ବୁଝାଇ ସୁଝାଇ ତାଙ୍କର କାନ୍ଦ ବନ୍ଦ କରିବାର ଚେଷ୍ଟା କରୁଥିଲେ। ସୈନିକଙ୍କ ଏହି ଫଟୋ ଆମେରିକାର ପ୍ରତିରକ୍ଷା ବିଭାଗ ନିଜର ଅଫିସିଆଲ ଟ୍ବିଟର ଆକାଉଣ୍ଟ ଜରିଆରେ ସେୟାର କରିଛି। ଆଫଗାନିସ୍ତାନର ଲୋକଙ୍କୁ ତାଲିବାନର ବିପଦରୁ ବଞ୍ଚାଇବାର ଚେଷ୍ଟାରେ ଥିବା ଏହି ସୈନିକଙ୍କ ଫଟୋ ସମସ୍ତଙ୍କର ହୃଦୟ ଜିଣିନେଇଛି। ଚାରିଆଡେ ରକ୍ତପାତ ଚାଲିଥିବା ବେଳେ ସୈନିକଙ୍କ ମୁହଁରେ ମମତାର ଭାବନା ଖୁବ୍ ଶାନ୍ତିଦାୟକ ଥିଲା। ଟ୍ବିଟ୍‌ରେ ପ୍ରତିରକ୍ଷା ବିଭାଗ ଏହି ଫଟୋ ସେୟାର କରି ଲେଖିଛି, ଆମେରିକା ସୈନ୍ୟ ସେବାର ସଦସ୍ୟ ଆଫଗାନିସ୍ତାନର କାବୁଲର ହମିଦ କରଜଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଛୋଟ ଶିଶୁଙ୍କର ଯତ୍ନ ନେଉଥିବାର ଦେଖିବାକୁ ମିଳିଥିଲେ। ଆଫଗାନିସ୍ତାନରୁ ଏପର୍ୟ୍ୟନ୍ତ ପଳାଇବାରେ ବିଫଳ ଥିବା ଲୋକ ବିଶେଷ କରି ମା’ମାନେ ନିଜର ପିଲାଙ୍କ ସୁରକ୍ଷା ପାଇଁ ତାଙ୍କୁ ଆମେରିକା ସୈନିକଙ୍କ ହାତରେ ଦେଇଥିଲେ। ବିମାନବନ୍ଦରରେ ଥିବା କଣ୍ଟାଳିଆ ତାର ବାଡ ପାର କରି ନିଜର ପିଲାଙ୍କୁ ଧରି ଆମେରିକା ସୈନିକଙ୍କ ହାତରେ ଦେଉଥିବାର ଫଟୋ ଭାଇରାଲ ହେଉଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!