ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ୟୁରୋ ଫୁଟବଲ୍ କପ୍ ପ୍ରଥମ ସେମିଫାଇନାଲରେ ଦୁଇ ଶକ୍ତିଶାଳୀ ଟିମ୍ ଲଢେଇ ହେବ । ଇଟାଲୀ କ୍ରମାଗତ ୩୨ ମ୍ୟାଟରେ ଅପରାଜେୟ ରହିଥିବା ବେଳେ ସ୍ପେନ୍ ମଧ୍ୟ ଲଗାତର ଭାବେ ୧୨ଟି ମ୍ୟାଚ୍ ଜିତି ଭଲ ଫର୍ମରେ ରହିଛି । ଉଭୟ ଟିମ୍ ୪ର୍ଥ ଥର ପାଇଁ ମୁହାଁମୁହୁଁ ହେବେ । ଜୁଲାଇ ୬ତାରିଖରେ ଲଣ୍ଡନରେ ଏହି ଦୁଇ ବରିଷ୍ଠ ଟିମର ଲଢେଇ ଦେଖିବାକୁ ମିଳିବ ।






