Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲଖିମପୁର ଖେରି ହିଂସା: ମନ୍ତ୍ରୀଙ୍କ ଇସ୍ତଫା ଦାବି ‌ଜୋର୍‌ ଧରିଲା

by ସଞ୍ଜୟ ସ୍ୱାଇଁ
October 13, 2021
in Feature News
ଲଖିମପୁର ଖେରି ହିଂସା: ମନ୍ତ୍ରୀଙ୍କ ଇସ୍ତଫା ଦାବି ‌ଜୋର୍‌ ଧରିଲା
43
VIEWS
Share on FacebookShare on Twitter

ଲକ୍ଷ୍ନୌ,(ବାଘୁଆବାର୍ତ୍ତା): ଲଖିମପୁର ଖେରି ହିଂସା ଘଟଣାରେ ଏବେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ଗିରଫ ଦାବି ଜୋର ଧରିଛି। ବିକେୟୁ (ଭାରତୀୟ କିଷାନ ୟୁନିଅନ) ନେତା ରାକେଶ ଟିକାୟତ କହିଛନ୍ତି, ଯଦି କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଇସ୍ତଫା ନ ଦିଅନ୍ତି କିମ୍ବା ଗିରଫ ନହୁଅନ୍ତି ତେବେ ଦେଶବ୍ୟାପୀ ବ୍ୟାପକ ଆନ୍ଦୋଳନ ହେବ। ମନ୍ତ୍ରୀ ଏବଂ ତାଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଆଗ୍ରାର ପୃଥକ୍‌ ଜେଲ୍‌ରେ ରଖାଯିବାକୁ ସେ ଦାବି କରିଛନ୍ତି । କେନ୍ଦ୍ରମନ୍ତ୍ରୀ ହତ୍ୟା ଅଭିଯୁକ୍ତ ହୋଇଥିବାରୁ ତୁରନ୍ତ ଇସ୍ତଫା ଦେଇଦେବା ଉଚିତ ବୋଲି ସେ କହିଛନ୍ତି। କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳ ନେତାମାନେ ମନ୍ତ୍ରୀଙ୍କ ଗିରଫ ଦାବି ଜୋରଦାର କରିଥିବା ବେଳେ ବିଜେପି କହିଛି ଯେ ଏହି ମାମଲାରେ ପୁଲିସର ତଦନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି। ତଦନ୍ତ ଶେଷ ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ବାବଦରେ ନିଷ୍ପତ୍ତି ନେବେ। ଲଖିମପୁର ହିଂସା ମାମଲାରେ ଆଜି ପୁଲିସ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରିଛି ଏବଂ ତାଙ୍କୁ ୧୪ ଦିନ ବିଚାରବିଭାଗୀୟ ହାଜତ ପଠାଯାଇଥିବା ଜଣାପଡ଼ିଛି। ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ଲଖିମପୁର କ୍ରାଇମବ୍ରାଞ୍ଚ୍‌ ଅଫିସରେ ଜେରା କରାଯାଉଛି। ଏହି ମାମଲାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିକଟରେ କହିଥିଲେ ଯେ, ବିନା ପ୍ରମାଣରେ କାହାକୁ ଦଣ୍ଡିତ କରାଯିବ ନାହିଁ। ପ୍ରମାଣ ଆଧାରରେ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ସେ କହିଥିଲେ। ପୁଲିସର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ଏବେ ସମସ୍ତ ଅଭିଯୁକ୍ତଙ୍କୁ ଠାବ କରିବା ଓ ପ୍ରମାଣ ସଂଗ୍ରହ କରିବାରେ ଅହରହ ଲାଗିଛି। ଲଖିମପୁର ଖେରିରେ ଆଜି ଏସକେଏମ୍‌ (ସଂଯୁକ୍ତ କିଷାନ ମୋର୍ଚ୍ଚ‌ା) ଦ୍ବାରା ମୃତ କୃଷକଙ୍କ ପାଇଁ ଆୟୋଜିତ ପ୍ରାର୍ଥନା ସଭାରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଯୋଗ ଦେଇଥିଲେ। ଅନ୍ୟପକ୍ଷେ କଂଗ୍ରେସର ଏକ ପ୍ରତିନିଧି ଦଳ ଆସନ୍ତାକାଲି ରା‌ଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ। ସେମାନେ ଲଖିମପୁର ଖେରି ହିଂସା ଘଟଣା ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ରାଷ୍ଟ୍ରପତିଙ୍କ ନିକଟରେ ଉପସ୍ଥାପନ କରିବେ। କଂଗ୍ରେସର ଏହି ପ୍ରତିନିଧି ଦଳରେ ପ୍ରିୟଙ୍କା ଗାନ୍ଧି ଭଦ୍ରା, ଏକେ ଆଣ୍ଟୋନି, ମଲିକାର୍ଜୁନ ଖାଡ଼ଗେ, କେସି ବେଣୁଗୋପାଳ, ଗୁଲାମ ନବି ଆଜାଦ ଏବଂ ଅଧିର ରଂଜନ ଚୌଧୁରୀ ଯୋଗ ଦେବେ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!