Sunday, April 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଲେଜ, ବିଶ୍ୱବିଦ୍ୟାଳୟକୁ ୟୁଜିସିର ନିର୍ଦ୍ଦେଶ, ୱେବ୍ସାଇଟ୍ରେ ରହିବ ସମସ୍ତ ତଥ୍ୟ

by ସଞ୍ଜୟ ସ୍ୱାଇଁ
May 26, 2025
in State
କଲେଜ, ବିଶ୍ୱବିଦ୍ୟାଳୟକୁ ୟୁଜିସିର ନିର୍ଦ୍ଦେଶ, ୱେବ୍ସାଇଟ୍ରେ ରହିବ ସମସ୍ତ ତଥ୍ୟ
49
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଏଣିକି ସମସ୍ତ କଲେଜ, ବିଶ୍ୱବିଦ୍ୟାଳୟର ୱେବ୍ସାଇଟ୍କୁ ଠିକ୍ ଭାବେ ପରିଚାଳନା କରାଯିବ । ପ୍ରତିଟି ସୂଚନା ରହିବ । ଏପରିକି ପବ୍ଲିକ୍ ସେଲ୍ଫ ଡିସ୍କ୍ଲୋଜର ବାଧ୍ୟତାମୂଳକ ହେବ । ଏପରି ନିର୍ଦ୍ଦେଶ ଦେଇଛି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)। ୟୁଜିସି ପକ୍ଷରୁ କୁହାଯାଇଛି ଯେ, ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ସମସ୍ତ ବିଷୟକୁ ସ୍ୱଚ୍ଛତାର ସହ କରାଯିବ । ଏହି ଆଧାରରେ ୱେବ୍ସାଇଟ୍ରେ ସମସ୍ତ ଜରୁରି ସୂଚନା ରହିବ । ସବୁର ଲିଙ୍କ୍ ରଖାଯିବ । ଶିକ୍ଷାନୁଷ୍ଠାନ ବିଷୟରେ ସଂପୂର୍ଣ୍ଣ ତଥ୍ୟ ରହିବ । ବିଶ୍ୱବିଦ୍ୟାଳୟ ଆଇନ ଓ ନିୟମ ସଂପର୍କରେ ଉଲ୍ଲେଖ କରାଯିବ । ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ କଲେଜ, ଦୂରନିରନ୍ତର ପାଠ୍ୟକ୍ରମ ସଂପର୍କରେ ଉଲ୍ଲେଖ କରାଯିବ । ନାକ୍, ଏନ୍ଆଇଆର୍ଏଫ୍ ର୍ୟାଙ୍କିଂ, ଅନୁବନ୍ଧନ ଏବଂ ବାର୍ଷିକ ରିପୋର୍ଟ ମଧ୍ୟ ୱେବ୍ସାଇଟ୍ରେ ସ୍ଥାନ ପାଇବ । ବିଶ୍ୱବିଦ୍ୟାଳୟ, କଲେଜକୁ ମିଳିଥିବା ଅନୁମତି, ଅନୁମୋଦନ ସଂପର୍କିତ ତଥ୍ୟ ରହିବ । ଏପରିକି ସ୍ୱଚ୍ଛତା ଆଣିବା ପାଇଁ ବାର୍ଷିକ ଆକାଉଣ୍ଟ ରିପୋର୍ଟ, ବାଲାନ୍ସ ସିଟ୍, ଆୟ ବ୍ୟୟ ଖର୍ଚ୍ଚ ଉପସ୍ଥାପନ କରାଯିବା ସହ ଅଡିଟ୍ ରିପୋର୍ଟ ରଖିବା ବାଧ୍ୟତାମୂଳକ ହେବ । ସେହିପରି କୁଳାଧିପତି, କୁଳପତି, ଉପକୁଳପତି, କୁଳସଚିବ, ଅଧ୍ୟକ୍ଷ, ପରୀକ୍ଷା ନିୟନ୍ତ୍ରକ, ପିଜି କାଉନ୍ସିଲ ଅଧ୍ୟକ୍ଷ, ମୁଖ୍ୟ ଭିଜିଲାନ୍ସ ଅଫିସରଙ୍କଠୁ ଆରମ୍ଭ କରି ସମସ୍ତ ଏକାଡେମିକ୍ ଲିଡରସିପ୍ଙ୍କ ଫଟୋ ସହ ସେମାନଙ୍କ ବିଷୟରେ ଉଲ୍ଲେଖ କରାଯିବ । ଏକାଡେମିକ୍ କ୍ୟାଲେଣ୍ଡର, କୋର୍ସ, ବିଭାଗ, ସ୍କୁଲ, ଲାଇବ୍ରେରୀ ଆଦି ବିଷୟ ସ୍ଥାନ ପାଇବ । ନାମଲେଖା ଫି, ଫି ଫେରସ୍ତ ନିୟମ ଆଦି ସଂପର୍କରେ ଉଲ୍ଲେଖ ହେବ । ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସେଲ୍, ଇକ୍ୟୁବେସନ୍ ସେଣ୍ଟର, କେନ୍ଦ୍ରୀୟ ସୁବିଧା କେନ୍ଦ୍ର ରଖାଯିବ । ଖେଳ ସୁବିଧା, ଏନ୍ସିସି, ଏନ୍ଏସ୍ଏସ୍, ଛାତ୍ରାବାସ, ପ୍ଲେସ୍ମେଣ୍ଟ ସେଲ୍, ସ୍ୱାସ୍ଥ୍ୟ ସୁବିଧା, ଆଣ୍ଟି ର୍ୟାଗିଂ ସେଲ୍, ଆଭ୍ୟନ୍ତରୀଣ ଅଭିଯୋଗ କମିଟି, ସମାନତା ସୁବିଧା ସେଲ୍, ସୋସିଓ-ଇକୋନୋମିକ୍ ସେଲ, ଭିନ୍ନକ୍ଷମ ପାଇଁ ସୁବିଧା ସୁଯୋଗ ଆଦି ସଂପର୍କରେ ଉଲ୍ଲେଖ ରହିବ । ଆରଟିଆଇ, ନ୍ୟୁଜ୍ ଲେଟର, ନିଯୁକ୍ତି, ନୋଟିସ୍, ନାମଲେଖା ପ୍ରକ୍ରିୟା, ଏଥିସହ ସମସ୍ତ ଯୋଗାଯୋଗ ନମ୍ବର ରହିବ ।

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

April 25, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

April 25, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ  ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

April 25, 2026
ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!