ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ସହରରେ ଅବସ୍ଥିତ ୟୁନିଟେକ୍ +୨ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଜଗଦିଶ୍ ଚନ୍ଦ୍ର ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ସ୍ୱଂୟ ଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ପରିଚାଳକ ସନ୍ତୋଷ କୁମାର ମଲ୍କିକ, ମହାବିଦ୍ୟାଳୟ ଅଧ୍ୟାପକ ସତ୍ୟ ନାରୟଣ ମିଶ୍ର ଏବଂ ଆଲୋକ କୁମାର ମହାପାତ୍ର ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମଲ୍କିକ ଛାତ୍ରଛାତ୍ରୀମାନଙ୍କୁ ସେବା ଦ୍ୱାରା ମିଳୁଥିବା ଶାନ୍ତି ଜୀବନର ସବୁଠାରୁ ମୁଲ୍ୟବାନ ଦ୍ରବ୍ୟ ବୋଲି କହିଥିଲେ । ଏଥିସହିତ ପରିବେଶକୁ କିଭଳି ସଫାସୁତରା ରଖାଯାଇ ପାରିବ ତାହା ଉପରେ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ସମାଜସେବାରେ ବ୍ରତିହେବା ପାଇଁ ମୁଖ୍ୟ ଅତିଥି ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ, ଅଧ୍ୟାପିକାମାନେ ଯୋଗ ଦେଇଥିଲେ ।





