Monday, October 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଅଧ୍ୟକ୍ଷ ହେଲା ଭାରତ

by ସଞ୍ଜୟ ସ୍ୱାଇଁ
August 1, 2021
in NATIONAL NEWS, WORLD
ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଅଧ୍ୟକ୍ଷ ହେଲା ଭାରତ
108
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ବିଶ୍ୱର ସବୁଠୁ ଶକ୍ତିଶାଳୀ ସଂସ୍ଥା ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଅଧ୍ୟକ୍ଷ ହେଲା ଭାରତ । ଏଥିରେ ପାକିସ୍ତାନକୁ ଝଟକା ଲାଗିଛି । ପାକିସ୍ତାନର ବିଦେଶ ମନ୍ତ୍ରାଳୟ ଶନିବାର ଆଶା କରିଛି ରି ଭାରତ ନିଜର କାର୍ୟ୍ୟକାଳ ସମୟରେ ନିରପକ୍ଷ ଭାବେ କାମ କରିବ । ପାକିସ୍ତାନୀ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଜାହିଦ ହାଫିଜ୍‌ ଚୌଧୁରୀ କହିଛନ୍ତି ଆମେ ଆଶା କରୁଛୁ କି ଭାରତ ନିଜର କାର୍ୟ୍ୟକାଳ ସମୟରେ ପ୍ରାସଙ୍ଗିକ ନିୟମ ଓ ମାନକ ଗୁଡ଼ିକର ପାଳନ କରିବ । ଭାରତ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଏବଂ ୨ବର୍ଷର କାର୍ୟ୍ୟକାଳ ରହିଛି । ଭାରତ ରବିବାର ଠାରୁ ୧୫ ସଦସ୍ୟ ବିଶିଷ୍ଟ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଅଧ୍ୟକ୍ଷ ସ୍ତରରେ କାର୍ୟ୍ୟଭାର ସମ୍ଭାଳିଛି । ଭାରତର କାର୍ୟ୍ୟକାଳ ଏକ ମାସ ଯାଏ ଚାଲିବ । ସୁରକ୍ଷା ପରିଷଦର ଅଧ୍ୟକ୍ଷତା ପ୍ରତି ମାସରେ ଇଂରାଜୀ ବର୍ଣ୍ଣମାଳାର ଆଧାରରେ ବଦଳିବ। ଭାରତ ୧ଜାନୁୟାରୀ ୨୦୨୧ ରେ ସୁରକ୍ଷା ପରିଷଦର ସଦସ୍ୟ ହୋଇଥିଲା ଏବଂ ଏହାକୁ ନିଜର କାର୍ୟ୍ୟକାଳ ସମୟରେ ୨ଥର ଅଧ୍ୟକ୍ଷ ହେବାର ସୁଯୋଗ ମିଳିବ । ପାକିସ୍ତାନ ପ୍ରବକ୍ତା କହିଛନ୍ତି କି , ଭାରତ ଏହି ପଦକୁ ସମ୍ଭାଳି ନେଇଛି , ଆମେ ଏହାକୁ ଆଉ ଥରେ ପୁଣି ମନେପକାଇବାକୁ ଚାହୁଁଛୁ କି ସେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଜମ୍ମୁ-କଶ୍ମୀରରେ ପ୍ରସ୍ତାବକୁ ଲାଗୁ କରୁ । କହି ରଖୁଛୁ କି, ଭାରତ ଏମିତି ସମୟରେ ସୁରକ୍ଷା ପରିଷଦର ଅଧ୍ୟକ୍ଷ ହୋଇଛି , ଯେବେ ଆଫଗାନିସ୍ତାନରେ ପାକିସ୍ତାନର ସମର୍ଥନରେ ତାଲିବାନ ରକ୍ତାକ୍ତ ହିଂସା ଚଳେଇଛି । ଆଫଗାନ ସେନା ସହ ଏହାର ଯୁଦ୍ଧ ଜାରି ରହିଛି । ପାକିସ୍ତାନୀ ନ୍ୟୁଜ୍‌ ଡନ୍‌ ମୁତାବକ , ଭାରତ ଅଧ୍ୟକ୍ଷ ରହିବା ଅର୍ଥ ଏହା ଯେ, ପାକିସ୍ତାନ ଏବେ ଏକ ମାସ ଯାଏ କଶ୍ମୀର ମାମଲାରେ କୌଣସି ଆଲୋଚନା ସୁରକ୍ଷା ପରିଷଦରେ କରିପାରିବ ନାହିଁ । ଏହି କାରଣରୁ ଭାରତ ଅଧ୍ୟକ୍ଷ ହେବାରେ ପାକିସ୍ତାନ ମୁହଁ ଲାଲ୍‌ ପଡ଼ିଯାଇଛି । ପାକିସ୍ତାନ , ତାଲିବାନ ଓ ଚୀନ୍‌ର ଚାଲ୍‌କୁ ଭାରତ ସୁରକ୍ଷା ପରିଷଦ ମାଧ୍ୟମରେ ମାତ୍‌ ଦେଇପାରେ । ପାକିସ୍ତାନ ସବୁବେଳେ ଭାରତକୁ ଆଫଗାନିସ୍ତାନରେ ଉପସ୍ଥିତିକୁ ବିରୋଧ କରି ଆସିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!