Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏବେ ଗ୍ରାଜୁଏଟ୍ କୋର୍ସରେ ଜରୁରୀ ଇଣ୍ଟର୍ଣ୍ଣସିପ୍

by ସଞ୍ଜୟ ସ୍ୱାଇଁ
December 11, 2022
in Education, NATIONAL NEWS
ଏବେ ଗ୍ରାଜୁଏଟ୍ କୋର୍ସରେ ଜରୁରୀ ଇଣ୍ଟର୍ଣ୍ଣସିପ୍
86
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଏବେ ଅଣ୍ଡର ଗ୍ରାଜୁଏଟ୍ ପ୍ରୋଗ୍ରାମରେ ହେବ ବଡ଼ ପରିବର୍ତ୍ତନ। ନୂତନ ଶିକ୍ଷା ନୀତି ଆଧାରରେ ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ ୪ ବର୍ଷିଆ ଅଣ୍ଡର ଗ୍ରାଜୁଏଟ୍ ପ୍ରୋଗ୍ରାମର ଡ୍ରାପ୍ଟ ପ୍ରସ୍ତୁତ କରିଛି। ଡିସେମ୍ଵର ୧୨ରେ ଏନେଇ ଘୋଷଣା କରାଯିବ। ୟୁଜିସିର ନୂଆ ନିୟମ ଅନୁଯାୟୀ, ଗ୍ରାଜୁଏଟ୍ କୋର୍ସରେ ଇଣ୍ଟର୍ଣ୍ଣସିପ୍ କରିବାକୁ ପଡ଼ିବ। ଅଣ୍ଡର ଗ୍ରାଜୁଏଟ୍ କୋର୍ସରେ ଛାତ୍ରଛାତ୍ରୀମାନେ ଥିଓରି ପଢିବା ସହ ପ୍ରାକ୍ଟିକାଲ୍ କରିବା ନିହାତି ଆବଶ୍ୟକ। ୟୁଜି ସାର୍ଟିଫିକେଟ୍ ପ୍ରାପ୍ତ କରିବା ପାଇଁ ଗ୍ରୀଷ୍ମ ଅବକାଶ ସମୟରେ ୪ କ୍ରେଡିଟ ୱାର୍କ ଆଧାରିତ ଲର୍ଣ୍ଣିଂ ଇଣ୍ଟର୍ଣ୍ଣସିପ୍ କରିବାକୁ ପଡ଼ିବ। ନୂତନ ପାଠ୍ୟକ୍ରମରେ ଇଣ୍ଟର୍ଣ୍ଣସିପ୍‌କୁ ଅନ୍ତର୍ଭୁକ୍ତ କରାଯାଇଛି। ଯେଉଁ ଛାତ୍ର ପ୍ରଥମ ଦୁଇ ସେମିଷ୍ଟର ପରେ ବାହାରକୁ ଯିବାକୁ ଚାହୁଁଛନ୍ତି ସେମାନେ ୟୁଜି ସାର୍ଟିଫିକେଟ୍ ପ୍ରାପ୍ତ କରିବାକୁ ଇଣ୍ଟର୍ଣ୍ଣସିପ୍ କରିବାକୁ ପଡ଼ିବ। ଛାତ୍ରମାନଙ୍କୁ ପ୍ରାକ୍ଟିକାଲ୍ ଶିକ୍ଷା ଦେବା ଏହାର ମୂଳ ଉଦ୍ଦେଶ୍ୟ। ଏହା ଦ୍ଵାରା ସବୁ ଛାତ୍ରଛାତ୍ରୀ ଅନ୍ୟ ସଂସ୍ଥାରେ କିମ୍ଵା ଉଦ୍ୟୋଗରେ ପ୍ରଶିକ୍ଷଣ ନେଇପାରିବେ। ଗ୍ରୀଷ୍ମ ଅବକାଶ ସମୟରେ ଉଚ୍ଚ ଶିକ୍ଷା ସଂସ୍ଥା ଦ୍ଵାରା ବିବିନ୍ନ ପ୍ରକାରର କୋର୍ସ ସମ୍ଵନ୍ଧିତ ସଙ୍ଗଠନରେ ଇଣ୍ଟର୍ଣ୍ଣସିପ୍ କରିବେ। ଏହାଦ୍ଵାରା ପିଲାମାନଙ୍କର ରୋଜଗାର ଦକ୍ଷତା ବୃଦ୍ଧି ପାଇବ। ନୂତନ ପାଠ୍ୟକ୍ରମ ଆସିଲେ ପିଲାମାନେ ୩ ବର୍ଷ ତୁଳନାରେ ୪ ବର୍ଷ ୟୁଜି ପାଠ ପଢିବେ। ଯଦି କୌଣସି ଛାତ୍ର ରିସର୍ଚ୍ଚ କରିବାକୁ ଚାହୁଁଛନ୍ତି ତେବେ ସେମାନେ ଏହି ୪ ବର୍ଷ ମଧ୍ୟରେ ରିସର୍ଚ୍ଚ ଶେଷ କରିବେ। ଏହାଦ୍ଵାରା ସେମାନଙ୍କୁ ରିସର୍ଚ୍ଚ ସ୍ପେସାଲାଇଜେସନ ସହ ଅନର୍ସ ଡିଗ୍ରୀ ମିଳିବ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!