Saturday, November 14, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାମୁକୁ ହତ୍ୟା ମାମଲା, ହତ୍ୟାକାରୀ ଭଣଜା ସହ ସହଯୋଗୀ ଗିରଫ

by ସଞ୍ଜୟ ସ୍ୱାଇଁ
November 4, 2024
in Crime, State
ମାମୁକୁ ହତ୍ୟା ମାମଲା, ହତ୍ୟାକାରୀ ଭଣଜା ସହ ସହଯୋଗୀ ଗିରଫ
12
VIEWS
Share on FacebookShare on Twitter

ଚଣ୍ଡିଖୋଲ, (ବାଘୁଆବାର୍ତ୍ତା): ଟଙ୍କା ପାଇଁ ମାମୁକୁ ହତ୍ୟା ଘଟଣା। ଗିରଫ ହେଲା ହତ୍ୟାକାରୀ ଭଣଜା । ଅଭିଯୁକ୍ତ ଭଣଜା ସହ ତା’ର ସହଯୋଗୀକୁ ମଧ୍ୟ ଗିରଫ କରାଯାଇଛି। ତେବେ ଗିରଫ ପରେ ଉଭୟଙ୍କୁ ଚଣ୍ଡିଖୋଲ କୋର୍ଟ ଚାଲାଣ କରାଯାଇଛି। ଶନିବାର ଚଣ୍ଡିଖୋଲ ଜେନାପୁର ଥାନା ଅଞ୍ଚଳରେ ଘଟିଥିଲା ଏହି ଘଟଣା। ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ଜେନାପୁର ଥାନା ତୋଟାକଣ ଗାଁର ଦୁଷ୍ମନ୍ତ ନାୟକ, ଶନିବାର ଧର୍ମଶାଳା ଥାନା ଅନ୍ତର୍ଗତ ପନ୍ତୁରି ଗାଁର ଭଣଜା ଜଗନ ଧଳ ସହ ଯାଇଥିଲେ । ୫୦ ହଜାର ଟଙ୍କା ନେଇ ବାଇକ୍ କିଣିବାକୁ ଚଣ୍ଡିଖୋଲକୁ ଯାଇଥିଲେ ହେଲେ ଆଉ ଘରକୁ ଫେରିନଥିଲେ ଦୁଷ୍ମନ୍ତ । ପରିବାର ଲୋକଙ୍କ ସନ୍ଦେହ ହେବାରୁ ଜେନାପୁର ଥାନାରେ ରାତିରେ ଏତଲା ଦେଇଥିଲେ । ପୋଲିସ ନିଖୋଜ ମାମଲା ରୁଜୁ କରିବା ସହ ଜଗନକୁ ଥାନାରେ ଅଟକ ରଖିଥିଲା। ତେବେ ପ୍ରାଥମିକ ତଦନ୍ତ ପରେ ଜଗନ ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇଥିଲା । ଗାଡ଼ି କିଣିବା ପାଇଁ ଟଙ୍କା ନେଣଦେଣକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଥିଲା। ରବିବାର ସକାଳୁ ଭୁବନପୁର ନିକଟ ସୁନାମୁହିଁ ପାଟସ୍ଥିତ ଜଙ୍ଗଲରୁ ମୃତଦେହ ଉଦ୍ଧାର କରାଯାଇଥିଲା। ଆଉ ଘଟଣାର ତଦନ୍ତକ୍ରମେ ପୋଲିସ ସୋମବାର, ଅଭିଯୁକ୍ତ ଭଣଜା ଜଗନ ଓ ତା’ର ସହଯୋଗୀ ଧର୍ମଶାଳା ଥାନା ଅନ୍ତର୍ଗତ ଚାନ୍ଦପୁର ଗ୍ରାମର ବିଶ୍ଵନାଥ ମୁଦୁଲିକୁ ଗିରଫ କରିଛି। ତେବେ ଦୁହିଁଙ୍କୁ ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!