ବଡ଼ ପଣ୍ଡୁ୍ସର ମନ୍ଦିରରୁ ବଡ଼ ଚୋରୀ
ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ବଡ଼ପଣ୍ଡୁସର ବିଜେ ଉଗ୍ରେଶ୍ୱର ମହାଦେବଙ୍କ ମନ୍ଦିରରୁ ଗତକାଲି ରାତିରେ ଚୋରୀ ହୋଇଛି। ଉଗ୍ରେଶ୍ୱରଙ୍କ ବିଜେ ପ୍ରତିମା ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ରବିବାର ସକାଳୁ ମନ୍ଦିର ପୂଜକ ମହାପାତ୍ର ମନ୍ଦିର ଖୋଲିବାକୁ ଯିବା ସମୟରେ ମନ୍ଦିର ତାଲା ଭାଙ୍ଗିଥିବା ଦେଖିବାକୁ ପାଇଥିଲେ। ସେ ଭିତରକୁ ଯିବା ପରେ ବିଜେ ପ୍ରତିମା ନଥିବା ଦେଖିଥିଲି। ତେବେ ମନ୍ଦିର ଭିତରୁ ପଞ୍ଚମୁଖୀ ମହାଦେବଙ୍କ ପିତଳ ମୂର୍ତ୍ତି ଚୋରି ହୋଇଥିବା ଜଣାପଡିଛି l

ଏନେଇ ଖବର ପ୍ରଚାରିତ ହେବା ପରେ ଗ୍ରାମବାସୀ ସେଠାରେ ରୁଣ୍ଡ ହୋଇ ପୁଲିସକୁ ଖବର ଦେଇଥିଲେ। ଇଟାମାଟି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରୁଥିବା ସୂଚନା ମିଳିଛି। କିଛି ଦୂରରେ ଲାଗିଥିବା ସିସିଟିଭି ଫୁଟେଜକୁ ପୁଲିସ ତନଖି କରୁଥିବା ସୂଚନା ମିଳିଛି। ଦୀର୍ଘଦିନ ବ୍ୟବଧାନ ପରେ ନୟାଗଡ଼ ଜିଲ୍ଲାରେ ମନ୍ଦିରରୁ ପ୍ରତିମା ଚୋରୀ ଘଟଣା ଦେଖିବାକୁ ମିଳିଛି। ଏହା ଇଟାମାଟି ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ଘଟଣା ବୋଲି ଆଲୋଚନା ହେଉଛି।






