ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପୁଣି ସ୍ଥଗିତ ହେଲା ୟୁଜିସି ନେଟ୍ ପରୀକ୍ଷା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମେ ମାସରେ ହେବାକୁ ଥିବା ୟୁଜିସି ନେଟ୍ ପରୀକ୍ଷାରୁ ସ୍ଥଗିତ ରଖିଲା ଏନ୍ଟିଏ (ନ୍ୟାସ୍ନାଲ ଯେଷ୍ଟିଂ ଏଜେନ୍ସି) । ପରୀକ୍ଷା ସ୍ଥଗିତ ରଖିବାକୁ ଏନ୍ଟିଏକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟଲ ନିଶଙ୍କା ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ୨୦୨୦ ଡିସେମ୍ବର ହେବାକୁ ଥିବା ୟୁଜିସି ପରୀକ୍ଷାକୁ କରୋନା ପାଇଁ ଘୁଞ୍ଚାଇ ଦିଆଯଇ ୨୦୨୧ ମେ୨ରୁ୧୭ ତାରିଖ ମଧ୍ୟରେ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏବେ କରୋନାର ଦ୍ୱିତୀୟ ଲହର କାୟା ବିସ୍ତାର କରୁଥିବା ବେଳେ ପୁଣିଥରେ ୟୁଜିସି ନେଟ୍ ପରୀକ୍ଷାକୁ ଘୁଞ୍ଚାଇ ଦେଇଛନ୍ତି କେନ୍ଦ୍ର ସରକାର । ପରୀକ୍ଷା ସ୍ଥଗିତ ନିର୍ଦ୍ଦେଶ ଦେବା ପରେ ପୁଣି କେବେ ପରୀକ୍ଷା ହେବ ସେ ନେଇ କୌଣସି ନୂଆ ତାରିଖ ଘୋଷଣା କରାଯାଇ ନାହିଁ । ତେବେ ପରୀକ୍ଷା ୧୫ ଦିନ ପୂର୍ବରୁ ତାରିଖ ଘୋଷଣା କରାଯିବ ବୋଲି ସୂଚନା ମିଳିଛି ।





