Friday, May 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ୟୁଜି-ପିଜିରେ ସିଟ୍ ଖାଲି ପଡୁଛି, ସେଠାରେ ସଂରକ୍ଷଣ ଦେବାର ମାନେ କ’ଣ ? : ଅରୁଣ

by ସଞ୍ଜୟ ସ୍ୱାଇଁ
May 20, 2025
in State
ୟୁଜି-ପିଜିରେ ସିଟ୍ ଖାଲି ପଡୁଛି, ସେଠାରେ ସଂରକ୍ଷଣ ଦେବାର ମାନେ କ’ଣ ? : ଅରୁଣ
69
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ମୁଁ ଖୁସି ଆଜି ବିଜେଡ଼ି ଡାକରାକୁ ବିଜେପି ଆଜି ଗ୍ରହଣ କରିଛି । ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ନୟାଗଡ଼ ବିଜେଡି ବିଧାୟକ ଡ. ଅରୁଣ ସାହୁ । ସେ କହିଛନ୍ତି, କେନ୍ଦ୍ରରେ ୧୧ ବର୍ଷ ଶାସନ କରିଥିଲେ ବି ପଛୁଆବର୍ଗକୁ ସବୁବେଳେ ଅବହେଳା କରିଛନ୍ତି । ତାଙ୍କର ଜଣେ ମନ୍ତ୍ରୀ ଆମ୍ବେଦକରଙ୍କୁ ତାଚ୍ଛଲ୍ୟ କରିଛନ୍ତି । ୟୁଜି, ପିଜିରେ ସିଟ୍ ଖାଲି ପଡୁଛି । ସେଠାରେ ସଂରକ୍ଷଣ ଦେବାର ମାନେ କ’ଣ ବୋଲି ଅରୁଣ ସାହୁ ପ୍ରଶ୍ନ କରିଛନ୍ତି । ଛାତିରେ ହାତ ରଖି କୁହନ୍ତୁ, କ୍ୟାବିନେଟ୍ ସରିଗଲା, ଶିକ୍ଷାବର୍ଷ ସରିଲା, ଗୋଟେ ବର୍ଷ ସରିଗଲା ବୈଷୟିକ ଶିକ୍ଷାରେ ସଂରକ୍ଷଣ ଦେଲେନି । ଏବେ କହୁଛନ୍ତି ଦେବୁ । କେବେ ଦେବେ । ଆଇନ ଜାଲରେ ଆମ ସରକାର ଛନ୍ଦି ହୋଇ ଅନେକ କାମ କରିପାରି ନାହୁଁ । ନୂଆ ସରକାର କରୁନାହାଁନ୍ତି କିଏ ମନା କଲା । ସେପଟେ ସାମ୍ବାଦିକ ସମ୍ମିଳନୀ କରି ମନମୋହନ କହିଥିଲେ, ସଂକଳ୍ପପତ୍ରରେ ଦେଇଥିବା ୨୧ ପ୍ରତିଶ୍ରୁତିରୁ ୧୧ ପୂରଣ କରିସାରିଛୁ । ଖୁବଶୀଘ୍ର ଆଉ ୨ଟି ପୂରଣ କରାଯିବ । ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ନିଶ୍ଚୟ ଲାଗୁ କରିବୁ । ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ସଂରକ୍ଷଣ ୫୦% ଟପିବନି । ଏଥିପାଇଁ ୧୧.୨୫% ସଂରକ୍ଷଣ ଦେଇ ହେବ । ସୁପ୍ରିମକୋର୍ଟଙ୍କ ସିଲିଂ ଉଠିଲେ ପଛୁଆ ବର୍ଗଙ୍କ ସଂରକ୍ଷଣ ବଢ଼ାଇବୁ । ପୂର୍ବ ସରକାର ଛୋଟ ଛୋଟ ଘଟଣାକୁ ନେଇ ମାମଲା ଲଢ଼ୁଥିଲେ । କିନ୍ତୁ ପଛୁଆ ବର୍ଗ ପାଇଁ ଚିନ୍ତା ନଥିଲା । ବିଜେଡି ଓ କଂଗ୍ରେସର ତଥାକଥିତ ନେତାମାନେ ଭୁଲ ତଥ୍ୟ ଦେଉଛନ୍ତି । ବିଜେପି ପ୍ରତାରଣା ରାଜନୀତି କରୁନାହିଁ, ସ୍ୱଚ୍ଛ ରାଜନୀତି କରୁଛି । ସେ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସର ଏବେବି କ୍ଷମତା ନିଶା ଯାଇନି । ଅହଙ୍କାର ପାଇଁ ବିଜେଡି ହାରିଲା । ଆମେ କୌଣସି ପ୍ରଲୋଭନ ରାଜନୀତି କରିବୁନି । ଯାହା କରୁଛୁ ସେମାନେ ବିରୋଧ କରୁଛନ୍ତି । ପଛୁଆ ବର୍ଗଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ପ୍ରୟାସ ଜାରି ରହିବ । କେବଳ ସଂକଳ୍ପପତ୍ରରେ ସୀମିତ ରହିବୁନି, ଲୋକଙ୍କର ଆବଶ୍ୟକତା ପୂରଣ କରାଯିବ ।

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

April 29, 2026
ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

April 29, 2026
ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି:ବୟସ୍କ ବ୍ୟକ୍ତି ମୃତ

ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି:ବୟସ୍କ ବ୍ୟକ୍ତି ମୃତ

April 29, 2026
ନୟାଗଡ଼ ପଞ୍ଚାୟତ ସମିତି ଦ୍ବାଦଶ ସାଧାରଣ ବୈଠକ ଅନୁଷ୍ଠିତ: ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ଅନୁପସ୍ଥିତକୁ ନେଇ ଗୃହରେ ଉଦବେଗ

ନୟାଗଡ଼ ପଞ୍ଚାୟତ ସମିତି ଦ୍ବାଦଶ ସାଧାରଣ ବୈଠକ ଅନୁଷ୍ଠିତ: ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ଅନୁପସ୍ଥିତକୁ ନେଇ ଗୃହରେ ଉଦବେଗ

April 29, 2026
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

April 28, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!