ନୟାଗଡ଼,(ବାଘୁଆବାର୍ତ୍ତା): ରାଜ୍ୟରେ ୟୁଜି ଓ ପିଜି ପରୀକ୍ଷା ଅନଲାଇନ ମାଧ୍ୟମରେ କରାଯିବ ବୋଲି କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି । ଯେଉଁ ଛାତ୍ରଛାତ୍ରୀମାନେ ଘରେ ସୁବିଧା ନାହିଁ, ସେମାନେ କଲେଜକୁ ଯାଇ ପରୀକ୍ଷା ଦେଇ ପାରିବେ ବୋଲି କୁହାଯାଇଛି । ମହାବିଦ୍ୟାଳୟ କର୍ତ୍ତୁପକ୍ଷ ଏହି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଗଷ୍ଟ ୧ ସେପ୍ଟମ୍ବର ସୁଦ୍ଧା ଏହାର ରେଜଲ୍ଟ ପ୍ରକାଶ ପାଇବ । ମହାବିଦ୍ୟାଳୟ ଓ ୟୁନିଭରସିଟ ଏହାର ବିଦିବଦ୍ଧ ନିଷ୍ପତ୍ତି ନେବାକୁ କୁହାଯାଇଛି । ଜୁଲାଇ ଓ ଅଗଷ୍ଟ ମଧ୍ୟରେ ପରୀକ୍ଷା ଶେଷ କରିବାକୁ କୁହାଯାଇଛି ।





