Thursday, June 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

‘ସ୍ଥାନୀୟ ମୃତ୍ତିକା ଓ ଜଳବାୟୁ ଅନୁକୂଳ ଫଳ, ପନିପରିବା ଚାଷ କାର୍ଯ୍ୟ ଦ୍ୱାରା ଚାଷୀ ଲାଭବାନ ହେବା ସହିତ ରାଜ୍ୟ ଫଳ ଓ ପନିପରିବାରେ ଆତ୍ମନିର୍ଭର ହୋଇପାରିବ’

by ସଞ୍ଜୟ ସ୍ୱାଇଁ
April 6, 2021
in Feature News
‘ସ୍ଥାନୀୟ ମୃତ୍ତିକା ଓ ଜଳବାୟୁ ଅନୁକୂଳ ଫଳ, ପନିପରିବା ଚାଷ କାର୍ଯ୍ୟ ଦ୍ୱାରା ଚାଷୀ ଲାଭବାନ ହେବା ସହିତ ରାଜ୍ୟ ଫଳ ଓ ପନିପରିବାରେ ଆତ୍ମନିର୍ଭର ହୋଇପାରିବ’
93
VIEWS
Share on FacebookShare on Twitter

ଭୁବନେଶ୍ୱର,,(ବାଘୁଆବାର୍ତ୍ତା) : କୃଷକମାନଙ୍କ ଆୟ ବୃଦ୍ଧି ଦିଗରେ ଉଦ୍ୟାନ କୃଷିର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଥିବାରୁ ରାଜ୍ୟରେ ଉଦ୍ୟାନ କୃଷି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି । ସ୍ଥାନୀୟ ମୃତ୍ତିକା ଓ ଜଳବାୟୁ ଅନୁକୂଳ ଫଳ, ପନିପରିବା ଚାଷ କାର୍ଯ୍ୟ ଦ୍ୱାରା ଚାଷୀ ଲାଭବାନ ହେବା ସହିତ ରାଜ୍ୟ ଫଳ ଓ ପନିପରିବାରେ ଆତ୍ମନିର୍ଭର ହୋଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଆଜି ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ ଆୟୋଜିତ ଉଦ୍ୟାନ କୃଷି କ୍ଷେତ୍ର କର୍ମଚାରୀମାନଙ୍କ ଦକ୍ଷତା ବିକାଶ ଓ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଡ. ସାହୁ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଦ୍ୱାରା ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ମଇ ୧୫ ତାରିଖ ସୁଦ୍ଧା ନିଜ ନିଜ ଜିଲ୍ଲାର ଉଦ୍ୟାନ କୃଷିର କାର୍ଯ୍ୟଖସଡ଼ା ବିଭାଗରେ ଦାଖଲ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହା ଦ୍ୱାରା ବର୍ଷ ଆରମ୍ଭରୁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ଦିଗରେ ଅଗ୍ରସର କରିହେବ ବୋଲି ମନ୍ତ୍ରୀ କହିଥିଲେ । ବିଭାଗ ଦ୍ୱାରା ଉନ୍ନତ ମାନର ଓ ପର୍ଯ୍ୟାପ୍ତ ସଂଖ୍ୟକ ଚାରା ଓ ଅନ୍ୟାନ୍ୟ ସାମଗ୍ରୀ ସଂଗ୍ରହ ଏବଂ ଯୋଗାଣ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ରାଜ୍ୟରେ ଉଦ୍ୟାନ କୃଷିଜାତ ଦ୍ରବ୍ୟର ଯଥେଷ୍ଟ ଚାହିଦା ଥିବାରୁ ଅଧିକରୁ ଅଧିକ ଚାଷୀ ଉଦ୍ୟାନ କୃଷି ନିମନ୍ତେ ମନୋନିବେଶ କରିବା ଦିଗରେ କ୍ଷେତ୍ର କର୍ମଚାରୀମାନେ ସଚେତନତା ସୃଷ୍ଟି କରିବା ଆବଶ୍ୟକ । ସଂପ୍ରତି କୃଷକମାନେ ଉଦ୍ୟାନ କୃଷି ପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଏଥି ସହିତ କୋଭିଡ୍‌ ମହାମାରୀ ସତ୍ତେ୍ୱ ଚାଷୀମାନେ ପର୍ଯ୍ୟାପ୍ତ ପରିମାଣର ପନିପରିବା ଉତ୍ପାଦନ କରିପାରିଥିଲେ ବୋଲି ମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେହିପରି ରାଜ୍ୟରେ କନ୍ଦମୂଳ, କଖାରୁ, ଲେମ୍ବୁ, ବାଇଗଣ, କାଜୁବାଦାମ, ନଡ଼ିଆ ଆଦି ଉତ୍ପାଦନରେ ଉଲ୍ଳେଖନୀୟ ସଫଳତା ହାସଲ କରିପାରିଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରବର୍ତ୍ତିତ ୫-‘ଟି’ର କଡ଼ାକଡ଼ି ଅନୁପାଳନ ପୂର୍ବକ ବିଭିନ୍ନ ଯୋଜନାଗୁଡ଼ିକର ସଫଳ ରୂପାୟନ କରି ଏହାର ସୁଫଳ ଚାଷୀମାନଙ୍କ ନିକଟରେ ସିଧାସଳଖ ପହଞ୍ଚାଇବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ମନ୍ତ୍ରୀ ଡ. ସାହୁ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଜାତୀୟ ହର୍ଟିକଲଚର ମିଶନ, ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା, ରାଜ୍ୟ ଯୋଜନା, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ଅବସରରେ ଏହାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉଦ୍ୟାନ କୃଷି କାର୍ଯ୍ୟକ୍ରମର ବିଶଦ ଭାବେ ସମୀକ୍ଷା ନିମନ୍ତେ ରାଜସ୍ୱ ଡିଭିଜନ ସ୍ତରୀୟ ସମୀକ୍ଷା ବୈଠକ ଆୟୋଜନ କରାଯିବ ବୋଲି ମନ୍ତ୍ରୀ କହିଥିଲେ । ବୈଠକ ପ୍ରାରମ୍ଭରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା ୨୦୧୯-୨୦ ଏବଂ ୨୦୨୦-୨୧ ବର୍ଷରେ କରାଯାଇଥିବା ବିିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ବୈଠକରେ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସମେତ ସମସ୍ତ ଉଦ୍ୟାନକୃଷି କ୍ଷେତ୍ର କର୍ମଚାରୀମାନେ ଯୋଗଦେଇଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!