ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): କରୋନା ପାଇଁ ଦେଶର ଆର୍ଥିକ ସ୍ୱାସ୍ଥ୍ୟାବସ୍ଥା ଭୁଶୁଡି ପଡିଛି । ପ୍ରଥମ ଲହର ପରେ ଦ୍ୱିତୀୟ ଲହର ପାଇଁ ଅନେକ ଗରିବ ଲୋକ ପ୍ରଭାବିତ ହୋଇଥିବାବେଳେ ଅନେକ ଜୀବିକା ହରାଇ ବେରୋଜଗାର ହୋଇଛନ୍ତି । ଅନେକ କମ୍ପାନୀ ମଧ୍ୟ କ୍ଷିତ ସହିନପାରି କର୍ମଚାରୀ ଛଟେଇ କରୁଛନ୍ତି । ତେଣୁ ଏବେ ଗରିବ ଲୋକ ଏବଂ ଜୀବିକାକୁ ସୁରକ୍ଷା ଦେବାର ସମୟ ଆସିଛି । ସରକାର ନୋଟ ଛାପିବା ପାଇଁ ଆଗକୁ ବଢ଼ିବା ଦରକାର ଏହାକୁ ଆରବିଆଇ ମଧ୍ୟ ସମର୍ଥନ କରିବା ଦରକାର । ଯଦି ଏବେ ନହେବ ତାହେଳେ ଆଗକୁ ବହୁତ ବିଳମ୍ବ ହୋଇଯିବ ବୋଲି ଉଦୟ କୋଟାକ କହିଛନ୍ତି । କୋଟାକ ମହିନ୍ଦ୍ରା ବ୍ୟାଙ୍କର ସିଇଓ ତଥା ଦେଶର ଜଣାଶୁଣା ବ୍ୟବସସାୟୀ ଉଦୟ କୋଟାକ ଏନଡିଟିଭିକୁ ଏକ ସାକ୍ଷାତକାରରେ ଏହା କହିଛନ୍ତି । ସେ କହିଛନ୍ତି ଦେଶର ଅର୍ଥବ୍ୟବସ୍ଥାକୁ ପିରାମିଡ ଭାବରେ ବିଚାର କରିବା ଦରକାର । ପିରାମିଡର ଉପରି ଭାବରେ ଧନୀବର୍ଗର ଲୋକମାନେ ରହିଛନ୍ତି । ତଳେ ଗରିବ ଶ୍ରେଣୀର ଲୋକ ରହିଛନ୍ତି । ତେଣୁ ଗରିବ ଶ୍ରେଣୀର ଲୋକ ହେଉଛନ୍ତି ମୂଳ ସ୍ତମ୍ଭ । ସରକାର ପ୍ରାଥମିକ ଭାବରେ ତଳ ସ୍ତରର ଲୋକଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିବା ଦରକାର । ଏଥିପାଇଁ ଗରିବ ଶ୍ରେଣୀର ଲୋକଙ୍କ ଆକାଉଣ୍ଟକୁ ସିଧା ଟଙ୍କା ପଠାଇବା ଦରକାର । ଏଥିପାଇଁ ସରକାର ୧ଲକ୍ଷ କୋଟିରୁ ୨ ଲକ୍ଷ କୋଟି ମଧ୍ୟରେ ଆର୍ଥିକ ବୋଝ ସମ୍ଭାଳିବା ଦରକାର । ଏହି ଟଙ୍କା ଦେଶର ମୋଟ ଅଭିବୃଦ୍ଧି ୧ ପ୍ରତିଶତ । ଏଥିସହ ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ଦରକାର ବୋଲି ଉଦୟ କୋଟାକ କହିଛନ୍ତି । କରୋନାର ପ୍ରଥମ ଲହର କମି ଆସିବା ପରେ ଯେଉଁସବୁ କଟକଣା ଥିଲା ତାହା ଉଠିଯାଇଥିଲା । ଜାନୁଆରୀ ପାଖରୁ ଭାରତ ଏକ ପ୍ରକାର ସ୍ୱାଭାବିକ ହୋଇଯାଇଥିଲା । ଦ୍ୱିତୀୟ ଲହର ରିଟର୍ଣ୍ଣ କରିବା ପରେ ପୁଣିଥରେ ବିଭିନ୍ନ ପ୍ରତିବନ୍ଧକ ଲାଗୁ ହୋଇଛି । ଏହାଦ୍ୱାରା ଲୋକଙ୍କ ଜୀବିକା ପ୍ରଭାବିତ ହୋଇଛି । ଦେଶର ଆର୍ଥିକ ସ୍ଥିତ ମଧ୍ୟ ପ୍ରଭାବିତ ହୋଇଛି ବୋଳି କୋଟାକ କହିଛନ୍ତି । କୋଟାକ କହିଛନ୍ତି ଯେ ଦୁଇ ପ୍ରକାରର ବ୍ୟବସାୟ ଅଛି ପ୍ରଥମଟି ଯେଉଁମାନେ କରୋନା ପାଇଁ ନିଜ ବ୍ୟବସାୟର ତରିକା ପରିବର୍ତ୍ତନ କରି ଅଗ୍ରସର ହେଉଛନ୍ତି ଏବଂ ମହାମାରୀ ପରେ ଏହାର ମୁକାବିଲା କରିପାରିବେ ବୋଲି ଭାବୁଛନ୍ତିୁ । ଦ୍ୱିତୀୟ୍ରଯି ହେଉଛି ବ୍ୟବସାୟ କରିବାକୁ ଯୋଜନା ଅଛି ହେଲେ କରୋନା ପାଇଁ ସେହି ଯୋଜନାରେ ପରିବର୍ତ୍ତନ ହୋଇଯାଇଛି । ତେଣୁ କରୋନା ପରେ ସେହି ବ୍ୟବସାୟିକ ଶୈଳୀ ଆଉ ଉପଯୋଗୀ ହେବନି ବୋଲି ଚିନ୍ତା କରୁଛନ୍ତି । ଯାହାକି ସେମାନଙ୍କ ପାଇଁ କୋଭିଡ ଗୋଟିଏ ଆହ୍ୱାନ ପାଲଟିଛି । ଉଦୟ କହିଛନ୍ତି ଯେ ପ୍ରଥମ ପ୍ରକାର ବ୍ୟବସ୍ଥାକୁ ସରକାର ଗ୍ରହଣ କରିବା ଉଚିତ ହେବା ଦ୍ୱତୀୟଟି କଷ୍ଟସାଧ୍ୟ । ଯଦି ସେମାନେ କରୋନାର ପରବର୍ତ୍ତୀ ଦୁନିଆରେ ଚାଲିପାରିବେ ନାହିଁ, ତାହେଲେ ସେମାନଙ୍କୁ ମଧ୍ୟ ସାହାଯ୍ୟ କରିବା ପାଇଁ ଆମ ମାନଙ୍କୁ ଏକ ଉପଯୁକ୍ତ ସମାଧାନ ଖୋଜିବକୁ ହେବ । ଏହା ସ୍ଥାୟୀ ହୋଇପାରିବ ନାହିଁ । କାରଣ ବ୍ୟବସାୟକୁ ସମର୍ଥନ କରି ଦୀର୍ଘ ସମୟ ଧରି ଅର୍ଥନୀତି ଉପରେ ବୋଝ ଲଦି ହେବନି । ଗତଥର କରୋନା କ୍ଷତିଗ୍ରସ୍ତଙ୍କୁ ସହଯୋଗ କରିବାକୁ ଯାଇ କ୍ରେଡିଟ ସ୍କିମ ଲାଗୁ କରିଥିଲେ । ସରକାର ଏଥିପାଇଁ ୩ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରିଥିଲେ । ଏବେ ସରକାର ଏହି ରାଶିକୁ ୫ ଲକ୍ଷ କୋଟି ଏବଂ ଅନ୍ୟାନ୍ୟ ସେକ୍ଟରକୁ ସାମିଲ କରିବା ଦରକାର ବୋଲି କୋଟାକ କହିଛନ୍ତି ।






