ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ରେଳ ଷ୍ଟେସନ୍ ନିକଟରୁ ଆଜି ଜଣେ ଅଜଣା ତଥା ଅପରିଚିତ ବ୍ୟକ୍ତିଙ୍କ ମୃତ ଦେହକୁ ପୁଲିସ ଉଦ୍ଧାର କରିଛି । ମୃତ ବ୍ୟକ୍ତି ଜଣଙ୍କ କିଛି ଦିନ ହେବ ଏକ ତିନି ଚକିଆ ସାଇକେଲ ସହାୟତାରେ ଚଲା ବୁଲା କରୁଥିଲେ । ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ତାଙ୍କ ଶବକୁ ପୁଲିସ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଶବ ଗୃହରେ ରଖିଥିବା ଜଣାଯାଇଛି । କେହି ଏ ବ୍ୟକ୍ତିଙ୍କ ପରିଚୟ ଜାଣିଥିଲେ ନୟାଗଡ଼ ଟାଉନଥାନାରେ ଜଣାଇବାକୁ ଅନୁରୋଧ ।






