ଭଦ୍ରକ, (ବାଘୁଆବାର୍ତ୍ତା): ୟୁକୋ ବ୍ୟାଙ୍କ ଭଦ୍ରକ ଦ୍ୱାରା ଆଜି ଭଦ୍ରକ ଜିଲ୍ଲା ପାଇଁ ସଂସ୍କୃତି ଭବନ ଠାରେ ରଣ ସଂଯୋଗିକରଣ ପଦକ୍ଷେପ ବା ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଅର୍ଥ ସେବା ବିଭାଗ ଜରିଆରେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ଓ ଜିଲ୍ଲା ଲିଡ୍ ମ୍ୟାନେଜରଙ୍କ ଆନୁକୂଲ୍ୟରେ ଏହି କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା । ମାନ୍ୟବର ଲୋକସଭା ସଦସ୍ୟା ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ୟ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ବାଲେଶ୍ଵର ଜୋର ଡ଼ି.ଜି.ଏମ୍. ଏବଂ ୟୁକୋ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ ଲଲାଟେନ୍ଦୁ ବେହେରା, ନାବାର୍ଡ଼ର ଡ଼ିଡ଼ିଏମ୍ ପ୍ରମୋଦ କୁମାର ବେହେରା ଏବଂ ଏହି କାର୍ୟ୍ୟକ୍ରମର ଆୟୋଜକ ଏଲ.ଡ଼ି.ଏମ୍. ଭଦ୍ରକ ନାଗେଶ୍ୱର ରାଓ ପ୍ରମୁଖ ଏହି କାର୍ୟ୍ୟକ୍ରମରେ ଯୋଗ ଦେଇ ରଣ ହିତାଧୁକାରୀମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ । ଏହି କାର୍ୟ୍ୟକ୍ରମରେ ସଂପୃକ୍ତ ବିଭାଗୀୟ ସରକାରୀ କର୍ମଚାରୀ, ଜିଲ୍ଲାର ସମସ୍ତ ବ୍ୟାଙ୍କର୍ସ, ବ୍ୟାଙ୍କ ପ୍ରତିନିଧ, ରଣ ହିତାଧୁକାରୀମାନେ ଯୋଗ ଦେଇଥିଲେ । ଋଣ ହିତାଧୁକାରୀମାନଙ୍କ ପାଇଁ ବିଭିନ୍ନ ଯୋଜନାରେ ୧୬ କୋଟି ୭୪ ଲକ୍ଷ ଟଙ୍କାର ୩୮୦ ପ୍ରସ୍ତାବକୁ ମଞ୍ଜୁର କରାଯାଇଥିଲା । ୧୦୦ ହିତାଧୁକାରୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ଋଣ ମଞ୍ଜୁରୀ ପ୍ରାପ୍ତ ଚିଠି ବଣ୍ଟନ କରାଯାଇଥିଲା । ମହିଳା ଏସ୍.ଏଚ୍.ଜି. ମାନଙ୍କ କ୍ଷେତ୍ରରେ ୪ କୋଟି ୨୩ ଲକ୍ଷ ଟଙ୍କାର ୧୬୬ଟି ରଣ ପ୍ରସ୍ତାବ ମଞ୍ଜୁର କରାଯାଇଥିଲା ।ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନସନ୍ ଯୋଜନା ପ୍ରଭୃତି ସାମାଜିକ ସୁରକ୍ଷା ଯୋଜନା ତାଲିକା ଭୁକ୍ତ ହେବା, ଏମ୍.ଏସ୍.ଏମ୍.ଇ , କୃଷି, ପାଇକାରୀ ବ୍ୟବସାୟ, ଖାଉଟି ରଣ,ପ୍ରଧାନମନ୍ତ୍ରୀ ସ୍ଵନିଧ ଯୋଜନା, ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଆଦିଙ୍କ ପାଇଁ ବିଭି ଯୋଜନାରେ ଋଣ ବ୍ୟବସ୍ଥା, ଆର୍ଥିକ ସହାୟତା ଜନିତ ସଚେତନତା ବୃଦ୍ଧି, ଆର୍ଥିକ ସଂଯୋଗୀକରଣ, ଡିଜିଟାଲ ବ୍ୟାଙ୍କବ୍ୟବସ୍ଥା ଆଦି ନେଇ ସଚେତନତା ଏହି କାର୍ୟ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ ଥିଲା ।






