Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାହାନଗା ଟ୍ରେନ୍ ଟ୍ରାଜେଡିକୁ ୨ ବର୍ଷ

by ସଞ୍ଜୟ ସ୍ୱାଇଁ
June 2, 2025
in State
ବାହାନଗା ଟ୍ରେନ୍ ଟ୍ରାଜେଡିକୁ ୨ ବର୍ଷ
34
VIEWS
Share on FacebookShare on Twitter

ଭୁବନେଶ୍ଵର, (ବାଘୁଆବାର୍ତ୍ତା): ସକାଳରୁ ସଞ୍ଜ…ସଞ୍ଜରୁ ସକାଳ…ବାହାନଗା ଉପକଣ୍ଠରେ ରେଳଗାଡ଼ିର ଛୁକ୍ଛୁକ୍ ଶବ୍ଦ ଲୋକଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ ହୋଇସାରିଥାଏ… ନାଲବତୀର ଇସାରାରେ ଅନେକଙ୍କୁ ଏଇଠି ଓହ୍ଲାଇଦିଏ, ତ ଆଉ ଅନେକଙ୍କୁ ବୋହିନେଇଯାଏ ତାଙ୍କ ଗନ୍ତବ୍ୟସ୍ତଳକୁ । * ଆଖପାଖ ଅଞ୍ଚଳର ଅନେକଙ୍କ ପାଇଁ ଏହି ରେଳ ଧାରଣା ହେଉଛି ଜୀବନରେଖା…ଜୀବିକା ଆଉ ଯାତାୟତର ଏକମାତ୍ର ମାଇଲଖୁଣ୍ଟ…କିନ୍ତୁ ସବୁଦିନ ଭଳି ସବୁକିଛି ସ୍ବାଭାବିକ ରୁହେନି…ଯେମିତି…ସେଦିନର ସେ ଘଟଣା…ଗୋଟିଏ ପଟେ ସଂକଟର ସଂକେତ ସତେ ଯେମିତି ଲେଖାହୋଇଯାଇଥିଲା ବାହାନଗାର ଜାତକରେ.. । ସେଇଥିପାଇଁ ତ…. ସେ ସମ୍ବେଦନଶୀଳ ଘଟଣା, ଦୃଦୟକୁ କନ୍ଦାଇଦେଉଥିବା ଭଳି ସେ କୋହଭରା ଚିତ୍ର, ଆଉ ରାତିର ଅନ୍ଧକାର ଭିତରେ ଆମ୍ବୁଲାନ୍ସର ସାଇରନ୍ ଏବେ ବି ଅନେକଙ୍କ ମନରୁ ଯାଇନଥିବ….ହଁ…ଦୁର୍ଘଟଣା ତ ନୁହେଁ…ସତେ ଯେମିିତି ଅନେକଙ୍କ ଯାତ୍ରାରେ ଜବନିକା ପକାଇବାକୁ ପଣ କରିନେଇଥିଲା ସବୁଦିନିଆ ସାରଥି ପାଲଟୁଥିବା ଲୌହଦାନବ । * ଆଉ ଶବର ପାହାଡ଼ ଭିତରୁ ମୃତ ଓ ନିଖୋଜ ସମ୍ପର୍କୀୟଙ୍କ ପରିଚୟ ଖୋଜୁଥିବା ଲୋକ … । କାଳରୁ ସଞ୍ଜ…ସଞ୍ଜରୁ ସକାଳ…ବାହାନଗା ଉପକଣ୍ଠରେ ରେଳଗାଡ଼ିର ଛୁକ୍ଛୁକ୍ ଶବ୍ଦ ଲୋକଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ ହୋଇସାରିଥାଏ… ନାଲବତୀର ଇସାରାରେ ଅନେକଙ୍କୁ ଏଇଠି ଓହ୍ଲାଇଦିଏ, ତ ଆଉ ଅନେକଙ୍କୁ ବୋହିନେଇଯାଏ ତାଙ୍କ ଗନ୍ତବ୍ୟସ୍ତଳକୁ… । * ଆଖପାଖ ଅଞ୍ଚଳର ଅନେକଙ୍କ ପାଇଁ ଏହି ରେଳ ଧାରଣା ହେଉଛି ଜୀବନରେଖା…ଜୀବିକା ଆଉ ଯାତାୟତର ଏକମାତ୍ର ମାଇଲଖୁଣ୍ଟ…କିନ୍ତୁ ସବୁଦିନ ଭଳି ସବୁକିଛି ସ୍ବାଭାବିକ ରୁହେନି…ଯେମିତି…ସେଦିନର ସେ ଘଟଣା…ଗୋଟିଏ ପଟେ ସଂକଟର ସଂକେତ ସତେ ଯେମିତି ଲେଖାହୋଇଯାଇଥିଲା ବାହାନଗାର ଜାତକରେ.. । ସେଇଥିପାଇଁ ତ…. ସେ ସମ୍ବେଦନଶୀଳ ଘଟଣା, ଦୃଦୟକୁ କନ୍ଦାଇଦେଉଥିବା ଭଳି ସେ କୋହଭରା ଚିତ୍ର, ଆଉ ରାତିର ଅନ୍ଧକାର ଭିତରେ ଆମ୍ବୁଲାନ୍ସର ସାଇରନ୍ ଏବେ ବି ଅନେକଙ୍କ ମନରୁ ଯାଇନଥିବ….ହଁ…ଦୁର୍ଘଟଣା ତ ନୁହେଁ…ସତେ ଯେମିିତି ଅନେକଙ୍କ ଯାତ୍ରାରେ ଜବନିକା ପକାଇବାକୁ ପଣ କରିନେଇଥିଲା ସବୁଦିନିଆ ସାରଥି ପାଲଟୁଥିବା ଲୌହ ଦାନବ * ଆଉ ଶବର ପାହାଡ଼ ଭିତରୁ ମୃତ ଓ ନିଖୋଜ ସମ୍ପର୍କୀୟଙ୍କ ପରିଚୟ ଖୋଜୁଥିବା ଲୋକ ବି ଏ ଦିନ ଆସିଲେ ଡରିଯାଉଥିବ ସେଦିନର କଥାକୁ ମନେପକାଇ….ବାହାନଗାର ବାହୁ ଉପରେ ଭରସାର ପଥରେ ସବୁବେଳେ ଯା ଆସ କରୁଥିବା କରମଣ୍ଡଳ ଯେ, ରକ୍ତଭୋଜିର ସନ୍ଧାନରେ ଥିଲା, ସେ କଥା ସମସ୍ତଙ୍କୁ ଥିଲା ଅଛୋପା… ୨ ଜୁନ୍ ୨୦୨୩ ..ଏବେ ବି ଟ୍ରେନ୍ ଗଡ଼ୁଛି, ଅନେକ ଯାଉଛନ୍ତି, ଅନେକ ଆସୁଛନ୍ତି…. କିନ୍ତୁ ରାତିର ନିର୍ଜନତା ଭିତରେ ହଜିଯାଇଥିବା ଅନେକ ମଣିଷଙ୍କର ପରିଚୟ ଆଜିବି ଅସ୍ପଷ୍ଟ… ୨୦୨୩ ଜୁନ୍ ୨ ତାରିଖ ସନ୍ଧ୍ୟା ୭ଟା ବେଳକୁ ଘଟିଥିଲା ଭୟଙ୍କର ଦୁର୍ଘଟଣା ଏଇ ଜାଗାରେ । ମଣିଷର ଭୁଲ ଯୋଗୁଁ ଚାଲିଗଲା ପାଖାପାଖି ୩ ଶହ ମଣିଷଙ୍କ ଜୀବନ । କର୍ମଚାରୀଙ୍କ ସାମାନ୍ୟ ତ୍ରୁଟିରୁ ଘଟିଥିଲା ଏହି ମହାବିପତ୍ତି । ସେଦିନ ଥିଲା ଜୁନ୍ ୨ ତାରିଖ ଶୁକ୍ରବାର ସମୟ ସନ୍ଧ୍ୟା ୬.୪୫ ମିନିଟ୍ । ସେହି କାଳ ସନ୍ଧ୍ୟାରେ ମହାବିପତ୍ତିର କଳାମେଘ ଘୋଡ଼େଇ ଆସିଥିଲା ବାହାନାଗା ଭାଗ୍ୟ ଆକାଶରେ । ଗୋଟିଏ ସେକେଣ୍ଡରେ ଓଲଟପାଲଟ ହୋଇଗଲା ସମସ୍ତଙ୍କ ଜୀବନ ଧାରା। ବଦଳି ଯାଇଥିଲା ସମୟର ଗତି, ଭାଙ୍ଗିରୁଜି ଚୁରମାର୍ ହୋଇଗଲା ୨ଟି ଦ୍ରୁତଗାମୀ ଟ୍ରେନର ଅନେକ ବଗି I ମଣିଷ ମାନଙ୍କର ଆର୍ତ୍ତ ଚିତ୍କାରରେ ଥରି ଉଠିଲା ବାହାନାଗା ଗାଁର ମାଟି, ପାଣି ଓ ପବନ। ବହିଗଲା ରକ୍ତର ନଦୀ। ଟ୍ରାକ ତଳୁ ଶୁଭୁଥିଲା ବଞ୍ଚାଅ ବଞ୍ଚାଅର ଶବ୍ଦ । ଚାଲିଗଲା କେତେ ନିରୀହଙ୍କ ଜୀବନ । କେହି କିଛି ବୁଝିବା ଆଗରୁ ଆଖିଆଗରେ ଛିଡ଼ା ହୋଇଗଲା ଛାତି ଥରା ଅସହ୍ୟ ଯନ୍ତ୍ରଣାର ସ୍ବର, ଶହଶହ ମୃତ୍ୟୁର ଦୁଃଖ। ଏହି ଦୁର୍ଘଟଣା ସାରା ବିଶ୍ବକୁ ଦୋହଲାଇ ଦେଇଥିଲା । କୁଢ଼ କୁଢ଼ ଶବ ଭିତରେ କିଏ ପୁଅକୁ ଖୋଜୁଥିଲା ତ କିଏ ନିଜ ପରିବାର ସଦସ୍ୟଙ୍କ ଫଟୋକୁ ଦେଖାଇ ପଚାରୁଥିଲା । ଖଣ୍ଡ ବିଖଣ୍ଡିତ ଶବକୁ ଦେଖି ଅନେକ ପରିଜନ ଚେତାଶୂନ୍ୟ ହୋଇଯାଉଥିଲେ । ଶବର ଶେଷ ଠିକଣା ହସ୍ପିଟାଲ ହୋଇଥିଲେ ବି ଏ ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ, ଶବକୁ ଚିହ୍ନି ପାରୁନଥିଲେ ପ୍ରିୟ ପରିଜନ । ଯାହାଫଳରେ କିଛି ଶବ ପଡୋଶୀ ରାଜ୍ୟକୁ ଚାଲିଯାଇଥିଲା, ଆଉ କିଛି ଓଡ଼ିଶାର ବିଭିନ୍ନ ହସ୍ପିଟାଲରେ ଘୂରି ବୁଲୁଥିଲା। ବାଲେଶ୍ୱରର ବାହାନଗାଠାରେ ଘଟିଲା ଶତାବ୍ଦୀର ସବୁଠୁ ବଡ଼ ଟ୍ରେନ୍ ଟ୍ରାଜେଡି । କିଏ ଟ୍ରେନ୍ ଚକ ତଳେ ରହିଗଲା, କିଏ ବଗିରେ ଚାପି ହୋଇଯାଇଥିଲା ତ ଆଉ କିଏ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବଗି ଭିତରେ ହିଁ ଶବ ପାଲଟିଗଲା । ବାହାନଗା ଟ୍ରାକରେ ଏବେ ବି ଟ୍ରେନ୍ ଗଡିଲେ ଯାତ୍ରୀଙ୍କ ମନରେ ଛନକା ପଶିଯାଏ । ଲୋମ ଟାଙ୍କୁରି ଉଠେ । ଏ ଟ୍ରେନ୍ ଦୁର୍ଘଟଣା ଖାଲି ଭାରତ ନୁହେଁ ବିଶ୍ୱବାସୀଙ୍କ ଆଖିରେ ଲୁହ ଆଣି ଦେଇଥିଲା । ଏହା ବିଶ୍ୱରେ ସବୁଠୁ ବଡ଼ ଟ୍ରେନ୍ ଦୁର୍ଘାଟଣା ଥିଲା ବୋଲି କୁହାଯାଏ । କିନ୍ତୁ ଏଠି ଦୋଷ କାହାର? କିଏ କାହାକୁ ଦାୟୀ କରିବ? ଆମ ବ୍ୟବସ୍ଥା ନା ଅପାରଗତା…ବାହାନଗା ପରେ ଏମିତି ଆଉ କିଛି ରେଳ ଦୁର୍ଘଟଣା ଘଟିସାରିଲାଣି। ରେଳବାଇର ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ସରକାର। କବଚ ବ୍ୟବସ୍ଥା ଲାଗୁ ହେବା ଆରମ୍ଭ ଲାଣି….କିନ୍ତୁ…ଏହି କିନ୍ତୁ ହିଁ ଆମ ମନରେ ଏବଂ ଆପଣଙ୍କ ମନରେ ସମାନ ପ୍ରଶ୍ନ ସୃଷ୍ଟି କରୁଛି…..

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!