Thursday, April 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁଇ ଟ୍ରିପ୍ ଶାଗୁଆନ କାଠଗଣ୍ଡି ଜବତ: ୪ଗିରଫ୍

by ସଞ୍ଜୟ ସ୍ୱାଇଁ
April 9, 2021
in Crime, State
ଦୁଇ ଟ୍ରିପ୍ ଶାଗୁଆନ କାଠଗଣ୍ଡି ଜବତ: ୪ଗିରଫ୍
342
VIEWS
Share on FacebookShare on Twitter

ନୟାଗଡ଼, (ବାଘୂଆବାର୍ତ୍ତା): ବନ ବିଭାଗକୁ ମିଳିଛି ବଡ଼ ସଫଳତା । ୨ଟିପ୍ର ଶାଗୁଆନ କାଠ ଚୋରା ଚାଲାଣ ହେଉଥିବା ବେଳେ ବନ ବିଭାଗ ହାବୁଡରେ ପଡିଛି । ଗୁରୁବାର ଦିନ ମଧ୍ୟରାତ୍ରରେ କିଛି କାଠ ଚୋରା ବେପାରୀ ଟ୍ରାକ୍ଟର ଯୋଗେ ମୂଲ୍ୟବାନ ସାଗୁଆନ କାଠ ଗୋରାଖୁଣ୍ଟା ପଞ୍ଚାୟତ ଜଙ୍ଗଲରୁ ମାଲକାନଗିରି ଥାନାସ୍ଥ ଏମଭି ୨୪ ଗ୍ରାମକୁ ଚାଲାଣ କରାଯାଉଥିବା ଖବର ବନ ବିଭାଗ ନିକଟରେ ପହଞ୍ଚିଥିଲା । ମାଲକାନଗିରି ଡିଏଫଓ ପ୍ରଦୀପ ମିରାସେଙ୍କ ନିର୍ଦ୍ଦେଶକ୍ରମେ ବନାଞ୍ଚଳ ଅଧିକାରୀ ଜଗନ୍ନାଥ ବିଷୋୟୀଙ୍କ ନେତୃତ୍ୱରେ ବନପାଳ ମୁରଲିଧର ଅନୁଗୁଳିଆ, ଅର୍ଜୁନ ବାଟେ, ରାକେଶ ସେଠୀ, ଓ ୧୫ ବନବିଭାଗ ପାରା ସ୍କ୍ୱାର୍ଡ ଷ୍ଟାଫ୍ ଗୁରୁବାର ମଧ୍ୟ ରାତ୍ରରୁ ଗୋରାଖଣ୍ଟା ପଞ୍ଚାୟତ କାମଲାଗୁଡା ରାସ୍ତାରେ ଛକି ରହିଥିଲେ । ଆଜି ବଡି ଭୋରରୁ ୪ଟାରେ ସେହି ରାସ୍ତାରେ ଦୁଇଟି କାଠୋବୋଝେଇ ଟ୍ରାକ୍ଟର ଆସୁଥିବାର ଦେଖି ବନ ବିଭାଗ କର୍ମଚାରୀମାନେ ଚଢଉ କରିଥିଲେ । ସେଥିରେ ଥିବା ୪ ଜଣ ବ୍ୟକ୍ତି ଦୌଡି ପଳାଇ ଯାଉଥିବାବେଳେ ବନବିଭାଗ କର୍ମଚାରୀମାନେ ସେମାନଙ୍କ କାବୁ କରିଥିଲେ । କାଠ ବୋଝେଇ ଟ୍ରାକ୍ଟର ଦୁଇଟିକୁ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରି ରେଞ୍ଜ କାର୍ୟ୍ୟାଳୟକୁ ନେଇଥିଲେ । ଗିରଫ ବ୍ୟକ୍ତିମାନେ ହେଲେ ଏମଭି ୩୯ ଗ୍ରାମର ଭୈରବ ଧର, ମିଣ୍ଟୁ ବିଶ୍ୱାସ, କାଡେଲ ମେଟଲା ଗ୍ରାମର କଶା ସୋଡି, ଦେବେ ପୂଜାରୀ । ଦୁଇଟି ଟ୍ରାକ୍ଟରରେ ୧୩ଟି ବହୁତ ମୂଲ୍ୟବାନ ସାଗୁଆନ ଓ ପିଆଶାଳ କାଠ ଗଣ୍ଡି ଥିଲା । ଜବତ ହୋଇଥିବାକାଠର ମୂଲ୍ୟ ୩ଲକ୍ଷରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଜଣାପଡିଛି । କାଠ ଚୋରା ଚାଲାଣ ଅଭିଯୋଗରେ ଗିରଫ ୪ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!