ସୁବର୍ଣ୍ଣପୁର, (ବାଘୁଆବାର୍ତ୍ତା): କେନ୍ଦୁପତ୍ର ଫଡିରେ ଅଭାବନୀୟ ଘଟଣା । କେନ୍ଦୁପତ୍ର ବାନ୍ଧୁଥିବା ବେଳେ ମାରିଲା ବଜ୍ରପାତ ।ତେସଥିରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହାତ ହୋଇଥିବା ଜଣାପଡିଛି । ସୂଚନାନୁସାରେ, ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ବର୍ଡାକଟା ଅଞ୍ଚଳରେ ଥିବା କେନ୍ଦୁପତ୍ର ଫଡିରେ କେନ୍ଦୁପତ୍ର ବାନ୍ଧୁଥିବା ବେଳେ ବଜ୍ରପାତ ମାରିଥିଲା । ଦୁଇଜଣ ମହିଳା ଓ ଜଣେ ପୁରୁଷ ବ୍ୟକ୍ତି ଗୁରୁତର ଥିବାରୁ ତାଙ୍କୁ ବୀରମହାରାଜପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ହେଲେ ଡାକ୍ତର ସେଠାରେ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ସମାରୁ ମୁଣ୍ଡା ଆହାତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି । ମୃତକ ଦ୍ୱୟ ହେଲେ ବହଲପଦର ଗାଁର ତ୍ରିଲୋଚନ ପ୍ରଧାନ ଓ ଭାଲୁଚୁଆଁ ଗାଁର ବାସନ୍ତୀ ମୁଣ୍ଡା ।





