Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବ୍ରାଉନ ସୁଗାର ଜବତ: ୨ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ପୁଲିସ୍

by ସଞ୍ଜୟ ସ୍ୱାଇଁ
May 20, 2021
in Breaking, Nayagarh
ବ୍ରାଉନ ସୁଗାର ଜବତ: ୨ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ପୁଲିସ୍
377
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ଜିଲ୍ଲାରୁ ବ୍ରାଉନ ସୁଗାର ମୁକ୍ତ କରିବା ପାଇଁ ଅଣ୍ଟା ଭିଡିଛନ୍ତି । ଆରକ୍ଷୀ ଅଧିକ୍ଷକଙ୍କ କଡ଼ା ନିର୍ଦ୍ଦେଶ ଜିଲ୍ଲାରେ ଥିବା ସମସ୍ତ ଥାନାରେ ଥାନା ଅଧିକାରୀମାନେ କାର୍ଯ୍ୟରେ ତତପରତା ଦେଖାଇଛନ୍ତି । ଆଜି ନୂଆଗାଁ ପୁଲିସ୍ ବ୍ରାଉନ ସୁଗାର ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନାନୁସାରେ, ନୂଆଗାଁ ଥାନା ଅନ୍ତର୍ଗତ ୭୫ନଂ ଜାତୀୟ ରାଜପଥର ତୃପ୍ତି ହୋଟେଲ ନିକଟରୁ ଆଜି ସକାଳେ ଦୁଇ ଜଣ ବ୍ୟକ୍ତି ବ୍ରାଉନ ସୁଗାର କାରବାର କରୁଥିଲେ । ନୂଆଗାଁ ପୁଲିସ୍ ବିଶେଷ ସୁତ୍ରରୁ ଖବର ପାଇ ଚଢଉ କରି ୨ ଅଭିଯୁକ୍ତଙ୍କୁ କାବୁ କରିଥିଲା । ଉଭୟ ଅଭିଯୁକ୍ତଙ୍କ ଠାରୁ ୨ ଗ୍ରାମ ବ୍ରାଉନ୍ ସୁଗାର, ୨ ଟି ପଲସର ବାଇକ୍ ନଂ(ଓଡି ୨୫ଜେ ୫୦୯୧ ଏବଂ ଓଡି ୦୨ବିଏ ୭୬୯୮) ଓ ୨ଟି ମୋବାଇଲ୍ ଜବତ କରିବା ସହିତ ଥାନାରେ କେସ୍ ନଂ ୬୪/୨୧ରେ ମାମଲା ଋଜୁ କରି ଗିରଫ୍ କରାଯାଇଥିଲା ।  ଉଭୟ ବ୍ରାଉନ ସୁଗାର ବ୍ୟବସାୟୀଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗିରଫ୍ ହୋଇଥିବା ବ୍ରାଉନ ସୁଗାର ବ୍ୟବସାୟୀ ମାନଙ୍କ ମଧ୍ୟରୁ ଜଣେ ନୟାଗଡ଼ ଟାଉନର ରାମଚନ୍ଦ୍ର ପଟ୍ଟନାୟକ ହୋଇଥିବା ବେଳେ ଅନ୍ୟ ଜଣେ ଖୋର୍ଦ୍ଧା ଜିଲ୍ଲା ବାସେଳିହତା ଅଞ୍ଚଳର ମନୋଜ କୁମାର ଦଳେଇ ବୋଲି ନୂଆଗାଁ ଥାନା ଅଧିକାରୀ ରମେଶ କୁମାର ଦେବତା ସୂଚନା ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!