ନୟାଗଡ଼, (ବାଘୁଆବାର୍ତ୍ତା): ରାଜ୍ୟ ସରକାର ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କର ଗତ କିଛି ଦିନ ତଳେ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଥିଲା । ସେହି ନିର୍ଦ୍ଦେଶକୁ ବାତିଲ କରାଯାଇ ପୁନଃ ନୟାଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିବେ ବୋଲି ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ସେହିପରି ଭାବେ ସାଗର ନନ୍ଦଙ୍କୁ ଗଣିଆ ବିଡିଓ ଭାବେ ବଦଳି କରାଯାଇଛି । ନୟାଗଡ଼ ବ୍ଲକ ବିଡିଓ ପଦବୀ ବହୁ ଦିନ ଧରି ଖାଲି ରହିଥିଲା । ନୟାଗଡ଼ ତହସିଲଦାର ରାଜେସ କେଶରୀ ସ୍ୱାଇଁ ଦାୟିତ୍ୱ ତୁଲାଉଥିଲେ । ବାରିପଦା ବିଡିଓ ଅଇଶୁର୍ୟା ଭୁୟାଁଙ୍କୁ ନୟାଗଡ଼ ବ୍ଲକ ବିଡିଓ ଭାବେ ବଦଳି କରାଯାଇଛି । ନୟାଗଡ଼ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିବା ଦେବଦତ ପଣ୍ଡାଙ୍କର ବହୁ ଦିନ ଧରି କୌଣସି ସ୍ଥାନକୁ ବଦଳି ହୋଇନଥିଲା । ତାଙ୍କର ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଛି ।





