ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଦୁଇ କୁନି ଓଡ଼ିଆ ଝିଅ ଓଡ଼ିଶା ପାଇଁ ଆଣିଛନ୍ତି ଗର୍ବ । ଫ୍ୟାଶନ୍ ରନ୍ୱେ ଦ୍ୱାରା ଆୟୋଜିତ ଜୁନିୟର ମଡେଲ ଇଣ୍ଟରନ୍ୟାସନାଲ ରାଇଜିଂ ଷ୍ଟାର୍ ଅଫ ଇଣ୍ଡିଆରେ ‘ବେବିସୂତ୍ର’ ଟାଇଟଲ ହାସଲ କରିଛନ୍ତି । ଏହି ସଫଳତା ସାଉଣ୍ଟିବାରେ ବାରିପଦାର ୭ବର୍ଷିୟ ଦିବ୍ୟାଙ୍ଗନା ମିଶ୍ର ଓ ୯ବର୍ଷିୟ ଅର୍ଚ୍ଚିତା ଦାସ ସୌଭାଗ୍ୟ ଅର୍ଜନ କରିଥିଲେ । ଅନ୍ଲାଇନ୍ରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଅନ୍ଲାଇନ୍ରେ ଅନୁଷ୍ଠିତ ମଡେଲ ଏବଂ ଟ୍ୟାଲେଣ୍ଟ କଣ୍ଟେଷ୍ଟରେ ସିନିୟର କିଡ୍ସ ଓ ଜୁନିୟର କିଡ଼ସ୍ ବିଭାଗରେ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା । ଏଥିରେ ଓଡ଼ିଶାରୁ ବରିଷ୍ଠ ବିଭାଗରେ ଅର୍ଚ୍ଚିତା ଓ କନିଷ୍ଠ ବିଭାଗରୁ ଦିବ୍ୟାଙ୍ଗନା ଏହି ଟାଇଟଲ୍ ଜିତିଥିଲେ । ଫ୍ୟାଶନ୍ ଭିଲ୍ଲା ପକ୍ଷରୁ ‘ଓଡ଼ିଶା ଜୁନିୟର ଟପ୍ ମଡେଲ କଣ୍ଟେଷ୍ଟ-୨୦୨୧’ ୩୧ ତାରିଖରେ ଆୟୋଜିତ ହୋଇଥିଲା । ଏଥିରେ ଭାଗ ନେଇ ଦୁଇ ଜଣ ଚୟନ ହୋଇଥିଲେ । ଆଗକୁ ମାଲେସିଆ ଓ ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ମଡେଲ ଏବଂ ଟ୍ୟାଲେଣ୍ଟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଏହି ଦୁଇ ଜଣ ଯୋଗ୍ୟ ବିବୋଚିତ ହୋଇଛନ୍ତି ।





