ରଣପୁର,(ବାଘୁଆବାର୍ତ୍ତା): ନୟାଗଡ ଜ଼ିଲ୍ଲା ସୁନାଖଳା ରେଲୱେ ଓଭର ବ୍ରିଜ ନିକଟରେ ମର୍ମନ୍ତୁତ ସଡ଼କ ଦୁକର୍ଘଟଣା l ଦୁଇ ବାଇକ ମୁହାଁମୁହିଁ ହୋଇ ଦୁର୍ଘଟଣା ଘଟିଥିବା ଜଣାପଡିଛି | ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ ହୋଇଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି l ଗୁରୁତର ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିଲା ବେଳେ ଘଟଣା ସ୍ଥଳରେ ସୁନାଖଳା ପୋଲିସ ପହଞ୍ଚି ମୃତାହାତ ମାନଙ୍କୁ ଉଦ୍ଧାର କରି ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଛେଦ ପାଇଁ ପଠାଇ ଥିବା ଜଣାପଡିଛି | ମୃତକମାନେ ହେଲେ ନରେନ୍ଦ୍ର ପୁର ଗ୍ରାମର ସନ୍ତୋଷ ପାଇକରାୟ ଓ ନିରାକାରପୁର ଅଂଚଳର ଫିରୋଦ ସାହା l ଗୁରୁତର ମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି |