Friday, May 23, 2025
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨ କୋଚଙ୍କୁ ଦଳରୁ ବିଦା କଲା BCCI

by ସଞ୍ଜୟ ସ୍ୱାଇଁ
April 17, 2025
in NATIONAL NEWS, Sports
୨ କୋଚଙ୍କୁ ଦଳରୁ ବିଦା କଲା BCCI
152
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): (ବାଘୁଆବାର୍ତ୍ତା): BCCI ନେଲା ବଡ଼ ପଦକ୍ଷେପ । ଗୌତମ ଗମ୍ଭୀରଙ୍କ ଘନିଷ୍ଠ ସହଯୋଗୀ ଏବଂ ଭାରତୀୟ କ୍ରିକେଟ ଦଳର ସହାୟକ ପ୍ରଶିକ୍ଷକ ଅଭିଷେକ ନାୟାରଙ୍କୁ ହଟାଇ ଦିଆଯାଇଛି । ଚଳିତବର୍ଷ ଅଷ୍ଟ୍ରେଲିଆରେ ଶେଷ ହୋଇଥିବା ବର୍ଡର ଗାଭାଷ୍କର ଟ୍ରଫି ସମୟରେ ଖରାପ ପ୍ରଦର୍ଶନ ଏବଂ ଡ୍ରେସିଂ ରୁମରୁ ଲିକ୍ ହୋଇଥିବା ବିଷୟକୁ ଧ୍ୟାନରେ ରଖି ବିସିସିଆଇ ଏହି ପଦକ୍ଷେପ ନେଇଛି । ଅଭିଷେକ ନାୟାରଙ୍କ ବ୍ୟତିତ ଫିଲ୍ଡିଂ ପ୍ରଶିକ୍ଷକ ଟି ଦିଲ୍ଲୀପ ଏବଂ ପ୍ରଶିକ୍ଷକ ସୋହମ ଦେଶାଇଙ୍କୁ ମଧ୍ୟ ଦଳରୁ ବାଦ ଦିଆଯାଇଛି । ରିପୋର୍ଟ ଅନୁସାରେ ଦୁହେଁ ୩ ବର୍ଷରୁ ଅଧିକ ସମୟ ଧରି ଦଳ ସହ ଜଡିତ ଥିଲେ । ତେଣୁ ନିୟମ ଅନୁସାରେ ସେମାନଙ୍କୁ ନୂଆ ସ୍ଥାନରେ ନିଯୁକ୍ତି ଦିଆଯିବ । ତେବେ ଅଭିଷେକ ନାୟାର ଏବଂ ଦିଲ୍ଲୀପଙ୍କ ସ୍ଥାନରେ ଅନ୍ୟ କାହାକୁ ଅଣାଯିବ ନାହିଁ । କାରଣ ସିତାଂଶୁ କୋଟକ ପୂର୍ବରୁ ବ୍ୟାଟିଂ କୋଚ ଭାବେ ଦଳ ସହ ଅଛନ୍ତି । ତେବେ ସୋହମ ଦେଶାଇଙ୍କ ବଦଳରେ ଜଣେ ଖେଳାଳିଙ୍କୁ ନିଯୁକ୍ତି ଦିଆଯାଇପାରେ । ଆଡ୍ରିଆନ୍ ଲେ ରକ୍ସ ତାଙ୍କ ସ୍ଥାନ ନେଇ ପାରନ୍ତି । ବର୍ତ୍ତମାନ ସେ ଏବେ ଆଇପିଏଲର ପଞ୍ଜାବ କିଙ୍ଗସ ସହିତ ଜଡିତ ଅଛନ୍ତି । ଏ ନେଇ ବିସିସିଆଇ ପକ୍ଷରୁ କୌଣସି ଅନୁଷ୍ଠାନିକ ଘୋଷଣା କରାଯାଇନାହିଁ ।

କଫ ସିରପ ଚୋରି, ଏଏସଆଇ ନିଲମ୍ବିତ

କଫ ସିରପ ଚୋରି, ଏଏସଆଇ ନିଲମ୍ବିତ

May 23, 2025
ପୁଣି ଭିଜିବ ନୟାଗଡ, ୨୭ ରେ ଆସୁଛି ଲଘୁଚାପ

ପୁଣି ଭିଜିବ ନୟାଗଡ, ୨୭ ରେ ଆସୁଛି ଲଘୁଚାପ

May 23, 2025
ଆଜି ବସିବ କଂଗ୍ରେସର ଜରୁରୀ ବୈଠକ

ଆଜି ବସିବ କଂଗ୍ରେସର ଜରୁରୀ ବୈଠକ

May 23, 2025
ବିଜେଡିର ରାଜ୍ୟ ସ୍ତରୀୟ ନୂଆ ଶୃଙ୍ଖଳା କମିଟି ଗଠନ

ବିଜେଡିର ରାଜ୍ୟ ସ୍ତରୀୟ ନୂଆ ଶୃଙ୍ଖଳା କମିଟି ଗଠନ

May 22, 2025
ପୁଣି ୪ ଦିନିଆ ରିମାଣ୍ଡରେ ଜ୍ୟୋତି ମଲହୋତ୍ରା

ପୁଣି ୪ ଦିନିଆ ରିମାଣ୍ଡରେ ଜ୍ୟୋତି ମଲହୋତ୍ରା

May 22, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!