ବାଲିଗୁଡ଼ା,(ବାଘୁଆବାର୍ତ୍ତା): କନ୍ଧମାଳ ଜିଲ୍ଲା ରାଇକିଆର ଆଲିମାହାରେ ଘଟିଛି ଏକ ଅଭାବନୀୟ ଘଟଣା। ପୁଅ ଓ ଝିଅକୁ କୂଅକୁ ଠେଲି ଦେଲା ମା। ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହକୁ ନେଇ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି। ଦୁଇ ଶିଶୁଙ୍କୁ କୂଅରୁ ଉଦ୍ଧାର କରିବା ପରେ ପଡ଼ୋଶୀମାନେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଏହା ବାଲିଗୁଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାସ୍ଥଳରେ ରାଇକିଆ ପୁଲିସ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି।





