କେନ୍ଦୁଝର,(ବାଘୁଆବାର୍ତ୍ତା): ଅର୍ଶଳା ଗାଁରେ ଘଟିଛି ଅଭାବନୀୟ ଘଟଣା । ଭାଇକୁ ଉଦ୍ଧାର କରିବାକୁ ଯାଇ ଦୁଇ ଭାଇଙ୍କ ମୃତ୍ୟୁ ଘଟିଛି । ସୂଚନାନୁସାରେ, କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅନ୍ତର୍ଗତ ଅର୍ଶଳା ଗାଁରେ ଘଟିଛି ଅଘଟଣ । ଦୁଇ ଭାଇ ଖେଳୁଥିବା ବେଳେ ଗୋଟିଏ ଭାଇ ପୋଖରୀରେ ବୁଡି ଯାଇଥିଲା । ଅନ୍ୟ ଭାଇ ଉଦ୍ଧାର ପାଇଁ ପୋଖରୀକୁ ପସିଲା ପରେ ଉଭୟ ପୋଖରୀରେ ଫସି ଯାଇଥିଲେ । ଯାହାଫଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଜଣଙ୍କର ବୟସ ୧୧ବର୍ଷ ହୋଇଥିବା ବେଳେ ଅନ୍ୟଜଣଙ୍କର ୧୩ବର୍ଷ ହୋଇଥିବା ଜଣାପଡିଛି । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ôଚ ଦୁଇ ଭାଇଙ୍କ ମୃତ ଶରୀର ପୋଖରୀରୁ ଉଦ୍ଧାର କରିଛି ।






