ନୟାଗଡ଼,(ବାଘୁଆବାର୍ତ୍ତା): ଏକମାସ ତଳେ ହୋଇଥିଲା ବାହାଘର । ଦୁର୍ଘଟଣାରେ ଚାଲିଗଲା ଦୁଇଗୋଟି ଜୀବନ । ମୃତକ ଦୁଇଜଣ ହେଲେ ଦୁଇ ପୋଷ୍ଟ ମାଷ୍ଟର । ବୌଦ୍ଧ ଜିଲ୍ଲା ପୁରୁଣ କଟକ ଥାନା ରାଣିଗଞ୍ଜ ଠାରେ ଦୁଇ ବାଇକ୍ ମୁହାଁମୁହିଁ ହୋଇ ଯାଇଛି ଦୁଇଟି ଜୀବନ । ଅଡେଣୀ ଗଡ଼ରୁ ଭୋଜି ଖାଇ ମାଧପୁର ଫେରୁଥିବା ବେଳେ ଘଟିଛି ଏଭଳି ଦୁର୍ଘଟଣା । ମାଧପୁର ପୋଷ୍ଟମାଷ୍ଟର ବିଶ୍ୱନାଥ ପ୍ରଧାନ ଓ ଅନ୍ୟ ଜଣେ ବାରିଂ ପୋଷ୍ଟମାଷ୍ଟର ବିଶ୍ୱଜିତ୍ ସାହୁ ବୋଲି ଜଣାପଡିଛି । ଦୁଇ ମୃତକଙ୍କ ଏକମାସ ତଳେ ବିବାହ ହୋଇଥିଲା ।






